ବାଲିକୁଦିଅ ବିଶୁଦ୍ଧ ପାନୀୟ ଜଳପ୍ରକଳ୍ପ: ମରିବୁ ପଛେ ଜାଗା ଛାଡିବୁ ନାହିଁ।

0 343

ଯାଜପୁର,୨୫/୧୧(ପିପିଟି) : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ରାଇଚନ୍ଦା ପଞ୍ଚାୟତ ଅନ୍ତର୍ଗତ ବାଲିକୁଦିଆ ଠାରେ ସ୍ଥାପିତ ହେବାକୁ ଯାଉଥିବା ବୃହତ ବିଶୁଦ୍ଧ ପାନୀୟ ପ୍ରକଳ୍ପ ପ୍ରତିଷ୍ଠା ହେଲେ ନିକଟବର୍ତ୍ତୀ ଗାଁର ଦେଢ ଶହ ପରିବାରର ଜୀବନ ଜୀବିକା ଦୁର୍ବିସହ ହୋଇପଡ଼ିବ। ଏପରି ଅଭିଯୋଗ କରିଛନ୍ତି ଏହି ମୌଜାରେ ବାସ କରୁଥିବା ଦଳିତ ସମ୍ପ୍ରଦାୟର ୧୫୦ ଉର୍ଦ୍ଧ୍ବ ପରିବାର ଶତାଧିକ ପୁରୁଷ ଓ ମହିଳା। ଅଭିଯୋଗ ଅନୁଯାୟୀ, ଏହି ପ୍ରକଳ୍ପ ନିକଟବର୍ତ୍ତୀ ୪ଖଣ୍ଡ ଗାଁର ମଧ୍ୟବର୍ତ୍ତୀ ଅଞ୍ଚଳରେ ବାଲିକୁଦିଆ ମୌଜାରେ ଖାତା ନଂ ୯୧୬, ପ୍ଲଟ ନଂ ୧୮୪୨ ଉପରେ ୧୦ ଏକରରୁ ଅଳ୍ପ କିଛି ଅଧିକ ଜମି ଗୋଚର କିସମ ହୋଇ ରହିଛି। ଯାହାକୁ ସେଠିକାର ଲୋକେ ବ୍ୟବହାର କରି ଚଳୁଛନ୍ତି। ବାଲିକୁଦିଆର କିଛି ଲୋକେ ଏହି ସରକାରୀ ଜମିରୁ ଅର୍ଦ୍ଧାଧିକ ଏରିଆକୁ ଘର, ବାଉଁଶବାରି, ବାଜିରାଉତ ପାଠା ଗାର, ପୋଖରୀ ଖନନ ଏବଂ ଏକ ସ୍କୁଲ ଘର ନିର୍ମାଣ ପାଇଁ ବ୍ୟବହାର କରି ଚଳୁଛନ୍ତି। ଅବଶିଷ୍ଟ ୫ଏକରରୁ ଅଧିକ ଜମି ଯାହା ଏବେ ଅବରୋଧ ମୁକ୍ତ ରହିଛି ସେଥିରେ ପ୍ରସାଶନ ଏବେ ଏହି ପ୍ରକଳ୍ପ କରିବାକୁ ସିଦ୍ଧାନ୍ତ କରିଥିବାରୁ ଏଠାରେ ଆଉ ପଡ଼ିଆ ଜମି ରହିବ ନାହିଁ। ଫଳରେ ଏହି ଅଞ୍ଚଳରେ ଥିବା ପଶୁ ସମ୍ପଦ ବର୍ଷାଋତୁରେ ବହୁ ଅସୁବିଧାର ସମ୍ମୁଖିନ ହେବେ। କିନ୍ତୁ ପ୍ରଶାସନ ସ୍ଥାନୀୟ ଲୋକମାନଙ୍କର ଦାବିକୁ ଗ୍ରହଣ ନକରି ବାରମ୍ବାର ଏହି ଯାଗକୁ ଚିହ୍ନଟ କରି ଠିକା ସଂସ୍ଥାକୁ ଯେଗାଇ ଦେବାକୁ ୪ଥର ଆସି ଲୋକମାନଙ୍କର ଆକ୍ରୋସର ଶିକାର ହୋଇ ଫେରିଲେଣି।

Leave A Reply

Your email address will not be published.