ବାରୁଡ଼ା ରେ ଅଗ୍ନିକାଣ୍ଡ; ୧୨ବଖରା ଘର ପୋଡ଼ି ପାଉଁଶ ।

0 363

ଭଞ୍ଜନଗର,୦୨/୦୩(ପିପିଟି); ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାରୁଡ଼ା ଗ୍ରାମ ତଳ ସାହିରେ ୮ଟି ପରିବାରର ମୋଟ ୧୨ବଖରା ଘର ଅଗ୍ନିକାଣ୍ଡ ଘଟି ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର ସଠିକ କାରଣ ଜଣା ପଡିନଥିବା ବେଳେ ସଟସର୍କିଟ ଯୋଗୁଁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ଏଥିରେ ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଓ ଆସବାବପତ୍ର ନଷ୍ଟ ହୋଇଯାଇଥିବା ଜଣାପଡିଛି। ଘରପୋଡିରେ ଝୁନୁ ପ୍ରଧାନ, ନବୀନ ସାହୁ,ବାବୁଲି ବିଷୋୟୀ, ଖଦାଳ ବେହେରା,ରାମ ବେହେରା,ଲକ୍ଷ୍ମଣ ବେହେରା,ଝରଣା ସାହୁ ଓ କୃଷ୍ଣ ବେହେରା ସର୍ବସ୍ୱାନ୍ତ ହୋଇଥିବା ଜଣାପଡିଛି। ଖବର ପାଇ ଭଞ୍ଜନଗର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲା। ସ୍ଥାନୀୟରାଜସ୍ୱ ବିଭଗ କର୍ମଚାରୀ ଗ୍ରାମରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି। ତୁରନ୍ତ ଅଗ୍ନି ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.