ବାରହା ଆକ୍ରମଣରେ ବୃଦ୍ଧ ଗୁରୁତର ।

0 434

ଭଞ୍ଜନଗର,୨୩/୦୪(ପିପିଟି); ଦିନକୁ ଦିନ ଉତ୍ତର ଘୁମୁସର ବନଖଣ୍ଡରେ ବାରହାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନ ତଳେ ପାଇଲି ପଡ଼ା ଗ୍ରାମରେ ବାରହା ଆକ୍ରମଣରେ ୪ଜଣ ଗୁରୁତର ଆହତ ହୋଇଥିବା ବେଳେ ଶୁକ୍ରବାର ଅପରାହ୍ନରେ ଭଞ୍ଜନଗର ନିକଟ ମୁଦୁଲି ପଲ୍ଲି ଛକ ଠାରେ ଏକ ବାରହା ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ପ୍ରଥମେ ଭଞ୍ଜନଗର ମେଡିକାଲ ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଦିନ ଦ୍ବି-ପହର ସମୟରେ ନିକଟସ୍ଥ ଜଙ୍ଗଲରୁ ଏକ ବାରହା ଆସି ଦୀର୍ଘ ସମୟ ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ ଏଣେ ତେଣେ ଘୁରି ବୁଲିବା ପରେ ଏକ ବୁଲା କୁକୁର ସହ ସାମ୍ନା ସାମ୍ନି ହୋଇଥିଲା। କ୍ରମଶଃ ଏହା ଦେଖିବାକୁ ଆସ୍ତେ ଆସ୍ତେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିବାକୁ ଲାଗିଲା। ଫଳରେ ସେଥି ମଧ୍ୟରେ କେହି କେହି ଟେକା ପଥର ମଧ୍ୟ ଉକ୍ତ ବାରହାକୁ ଫୋପାଡ଼ି ଥିଲେ।ଆତଙ୍କିତ ଅବସ୍ଥାରେ ଥିବା ସେହି ବାରହାଟି ହଠାତ୍ ଭିଡ଼ ଭିତରୁ ମୁଦୁଲି ପଲ୍ଲି ଗ୍ରାମର ସୁବାଷ ବିଷୋୟୀ(୫୫)ଙ୍କୁ ଆକ୍ରମଣ କରିବା ସହ ତାର ଶରୀରର କେତେକ ସ୍ଥାନକୁ କାମୁଡ଼ି ପକାଇଥିଲା।ଖବର ପାଇ ବନ ବିଭାଗ କର୍ମଚାରୀ ମାନେ ସେଠାରେ ପହଞ୍ଚି ବାରହାଟିକୁ ଘଉଡାଇବାରେ ସକ୍ଷମ ହୋଇଥିଲେ।ଗୁରୁତର ଆହତ ଅବସ୍ଥାରେ ସୁବାଷକୁ ବନ କର୍ମଚାରୀ ଓ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ମେଡ଼ିକାଲ ପଠାଇଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.