ବାରହା ଆକ୍ରମଣରେ ଗୋଟିଏ ପରିବାରର ତିନି ଗୁରୁତର ।

0 464

ବେଲଗୁଣ୍ଠା,୦୭/୧୧(ପିପିଟି); ସଉଦା କିଣି ଏକ ମୋଟରସାଇକେଲ୍ ରେ ଗୋଟିଏ ପରିବାରର ତିନି ଜଣ ନିଜ ଗ୍ରାମକୁ ଫେରୁଥିବା ବେଳେ ଶୁକ୍ରବାର ସନ୍ଧ୍ୟା ୭ ଘଣ୍ଟା ୩୦ ମିନିଟ୍ ସମୟରେ ବାରହା ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ପ୍ରଥମେ ଗୋବରା ଓ ପରେ ଭଞ୍ଜନଗର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଖବରରୁ ଜଣା ପଡିଛି କୁଲାଙ୍ଗୀ ଗ୍ରାମର ଯୁଗଳ ନାଇକ, ପାଣ୍ଡି ନାଇକ ଓ ଚାନ୍ଦିନୀ ନାଇକ ଏକ ମୋଟରସାଇକେଲ୍ ରେ ଗୋବରା ଆସି ସଉଦା କିଣି ନିଜ ଗ୍ରାମ କୁଲାଙ୍ଗୀ ଫେରୁଥିଲେ । ବୁଢାକେନ୍ଦୁ ଜଙ୍ଗଲ ଦେଇ ଯାଉଥିବା ବେଳେ ତିନୋଟି ବାରହା ସେମାନଙ୍କୁ ଆକ୍ରମଣ କରିଥିଲେ । ଏହି ରାସ୍ତା ଦେଇ ଯାଉଥିବା କିଛି ଲୋକ ସେମାନଙ୍କୁ ଉଦ୍ଧାର କରି ଗୋବରା ମେଡିକାଲ ରେ ଭର୍ତ୍ତି କରିଥିଲେ । ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ସେଠାରୁ ତାଙ୍କୁ ଭଞ୍ଜନଗର ମେଡିକାଲକୁ ପଠାଇଦେଇଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.