ବୋଲଗଡ଼,୧୯/୦୭(ପିପିଟି):ଖୋର୍ଦ୍ଧା ବଲାଙ୍ଗିର ଜାତୀୟ ରାଜପଥ ବେଗୁନିଆ ଡାକଘର ଠାରୁ ନୟାଗଡ଼ ଜିଲ୍ଲା ଲୋଧାଚୁଆ,ରଣପୁରୁ ସହିତ ଯୋଡା ହୋଇ ଥିବା ଗ୍ରାମାଞ୍ଚଳରେ ମୁଖ୍ୟ ରାସ୍ତା ରୁ ବାରବାଟି ବିଶ୍ୱନାଥପୁର ଠାରୁ ମାତ୍ର ଗଡମାଣତୀର ପବିତ୍ର ପୀଠ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିଲେ ମଧ୍ୟ ଭଲ ଗମନା ଗମନର ସୁବିଧା ନାହିଁ। କାରଣ ଏହି ରାସ୍ତା ଉଭୟ ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ଓ ବେଗୁନିଆ ବ୍ଳକର ଗଡମାଣତୀର ପଞ୍ଚାୟତ ର ସୀମାନ୍ତ ଅଞ୍ଚଳ ହୋଇଥିବାରୁ ଯେକୌଣସି ରାସ୍ତା କାମ ହୁଏ ଉଭୟ ପଟୁ ସମ୍ପୂର୍ଣ୍ଣ ହୋଇପାରେ ନାହିଁ। ଯାହା କିଛି ସରକାରୀ ଟଙ୍କା ଆସେ ଉଭୟ ପଟୁ ଅଳ୍ପ ଅଳ୍ପ କାମ ହୁଏ ତାହା ପୁଣି ନିମ୍ନ ମାନର ତେଣୁ ଏହି ରାସ୍ତା ମରଣଯନ୍ତା ପାଲଟିଛି। ଏହି ରାସ୍ତାରେ ଦୂର ଦୂରାନ୍ତରୁ ଭକ୍ତ ପର୍ଯ୍ୟଟକ ମାନେ ଯିବା ଆସିବା କରିଥାନ୍ତି ଓ ଏହି ଅଞ୍ଚଳର ହଜାର ହଜାର ଲୋକ ନିଜର କର୍ମଧନ୍ଦା,ମେଡିକାଲ ଓ ସରକାରୀ କାର୍ଯ୍ୟ ରେ ଖୋର୍ଦ୍ଧା ଓ ଭୁବନେଶ୍ୱର ଯିବାପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ଏହି ରାସ୍ତାରେ ଚାଲିକି ଯିବା କିମ୍ବା ସାଇକେଲ ରେ ଜିବା ବହୁକଷ୍ଟକର ହୋଇଥାଏ। ଖରାଦିନ କଥା ଛାଡନ୍ତୁ ବର୍ଷା ଦିନେ ରାସ୍ତା ଖାଲ ଖମାଣ ଥିବାରୁ ଓ ପାଣି କାଦୁଅରେ ସମ୍ପୂର୍ଣ୍ଣ ରାସ୍ତାରେ ଯାତାୟତ ହୋଇପାରୁ ନାହିଁ। ବାରମ୍ବାର ସରକାରଙ୍କୁ ଦୃଷ୍ଟି ଗୋଚର କରି ଥିଲେ ମଧ୍ୟ ସରକାରଙ୍କ ତରଫରୁ ସ୍ଥାଇ ମଜଭୁତ ରାସ୍ତାଟିଏ ହୋଇପାରିନାହିଁ। ଏଣୁ ସ୍ଥାନିୟ ବାସିନ୍ଦା,ବୁଦ୍ଧିଜିବୀ,ଓ ପର୍ଯ୍ୟଟକ ଭକ୍ତ ମାନଙ୍କ ତରଫରୁ ସରକାରଙ୍କୁ ଅନୁରୋଧ ଓ ଦାବି କରାଯାଇଛି ଏହି ରାସ୍ତା କୁ ମୁଖ୍ୟ ମନ୍ତ୍ରୀ ସଡ଼କ ଯୋଜନା, ପ୍ରଧାନମନ୍ତ୍ରୀ ସଡକ ଯୋଜନା ବା ପର୍ଯ୍ୟଟନ ବିଭାଗ ତରଫରୁ ସ୍ୱତନ୍ତ୍ର ରାସ୍ତା ନିର୍ମାଣ କରାଗଲେ ସମସ୍ତ ଜନସାଧାରଣ ଉପକୃତ ହେବେ ବୋଲି ପ୍ରକାଶ କରିଛନ୍ତି।
?ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ।)