ବୋଲଗଡ଼,୦୪/୦୯(ପିପିଟି):ବୋଲଗଡ଼ ବ୍ଲକର ସାଗରଗାଁ ଗ୍ରାମପଞ୍ଚାତ ଅନ୍ତର୍ଗତ ପୋଡ଼ାପାଟଣା ଗ୍ରାମରେ ଆଜି ବାପୁଜି ଜନକଲ୍ୟାଣ କ୍ଲବ ର ସଭାପତି ସୁଦର୍ଶନ ଦେବତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କ୍ଲବ ମେଂବର ମାନଙ୍କ ମିଳିତ ସହଯୋଗରେ ଏବଂ କଲ୍ୟାଣ ସମିତି ତରଫରୁ କୋରନାର ତୃତୀୟ ଲହରୀକୁ ଆଖି ଆଗରେ ରଖି କରୋନା କିଟ୍ ବଣ୍ଟନ କରାଯାଇଥିଲା । କ୍ଲବ ର ସଭ୍ୟ ଫକୀର ମହାରଣା , ଦୁଖୀଶ୍ୟାମ ବେହେରା , ଗୋବିନ୍ଦ ଚନ୍ଦ୍ର ସାହୁ , ପ୍ରମୁଖ ନିଜସ୍ଵ ପାଣ୍ଠି ସହାୟତାରେ ଏବଂ ଅଙ୍ଗନବାଡିଦିଦି,ଆସାଦିଦି କଲ୍ୟାଣସମିତି ତରଫରୁ କୋରନା ସଚେତନତା ସହିତ ମାସ୍କ , ସାନିଟାଇଜର,ସାବୁନ ଇତ୍ୟାଦି ପ୍ରତି ପରିବାରକୁ ବଣ୍ଟନ କରଥିଲେ।
(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ।)