ବେଲଗୁଣ୍ଠା,୦୨/୦୭(ପିପିଟି)ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଉଲୁଦନ ଗ୍ରାମର କୃଷ୍ଣ ନାୟକ ନିଜ ସ୍ତ୍ରୀ ଏବଂ ଦୁଇ ଝିଅକୁ ନେଇ ଦୀର୍ଘଦିନ ଧରି ବାହାର ରାଜ୍ୟରେ ରହି ଆସୁଥିଲେ । ହଠାତ୍ କୃଷ୍ଣ ନାୟକଙ୍କ ମୃତ୍ୟୁ ହୋଇ ଆରପାରିକୁ ଚାଲିଗଲେ । ସୁ-ଦୂର ବିଦେଶରୁ ଫେରି ଆସିଥିଲେ ନିଜ ଗାଁକୁ । ହେଲେ ବାପାଙ୍କୁ ଝୁରି ଝୁରି ମାର ସ୍ବାସ୍ଥ୍ୟ ହାନି ଘଟିବାରୁ ମା ବି ଚାଲିଗଲେ ଆରପାରିକୁ । ଆଗପଛ ହୋଇ ବାପା ମା ଚାଲିଗଲେ । ପରର ମୂଲ ଲାଗିଲେ ଚୁଲି ଜଳେ ନହେଲେ ଉପବାସ ରେ ଦିନେ କଟେ । ସରକାରଙ୍କର ତରଫରୁ ପାଞ୍ଚକିଲୋ ଚାଉଳ ମିଳୁଛି ସେତିକିରେ ଚାଲିବା କଷ୍ଟକର ହୋଇପଡୁଛି ଦୁଇ ଭୌଣୀଙ୍କ ପାଇଁ । ଅନ୍ୟ ପଟେ ବିବାହ ବୟସ ଗଡି ଯାଉଥିବାର ଚିନ୍ତ । ଭଗବାନଙ୍କୁ ଭରଷା କରି ଜୀବନ ବିତାଉଛନ୍ତି ଦୁଇ ଭଉଣୀ ଶାନ୍ତି ଓ ଭରତୀ ।ବର୍ତ୍ତମାନ ପଡୋଶୀ ଓ ନିଜ ସମ୍ପର୍କୀୟ ଏହି ଦୁଇ ଭଉଣୀଙ୍କୁ ସହଯୋଗ କରୁଛନ୍ତି । ସ୍ଥାନୀୟ ପ୍ରଶାସନ ଏହି ଦୁଇ ଭଉଣୀଙ୍କ ଉପରେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )