ବାତ୍ୟା ୟସ ପାଇଁ ଚଣ୍ଡିଖୋଲ ରୁ ବାଲେଶ୍ୱର ଯିବା ଗାଡି ଉପରେ କଟକଣା କଲେ ଜିଲ୍ଲାପାଳ ।

0 356

ଯାଜପୁର,୨୫/୦୫(ପିପିଟି): ମାଡ଼ି ଆସୁଛି ବାତ୍ୟା ୟାସ୍। ଏହା ଆସନ୍ତାକାଲି ଧାମନା ନିକଟ ଦେଇ ସ୍ଥଳଭାଗରେ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି। ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛି। ବାତ୍ୟା ପ୍ରଭାବରେ ଦ୍ରୁତ ଗତିରେ ପବନ ବହିବାର ସମ୍ଭାବନା ରହିଛି। ତେଣୁ ଚଣ୍ଡିଖୋଲରୁ ବାଲେଶ୍ୱର ଗାଡ଼ି ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ରାତି ୧୨ଟାରୁ କାଲି ପୂର୍ବାହ୍ନ ୧୨ ଯାଏଁ ଚଣ୍ଡିଖୋଲରୁ ବାଲେଶ୍ୱର ମଧ୍ୟରେ ଗାଡ଼ି ଚଳାଚଳ ଉପରେ ସଂପୂର୍ଣ୍ଣ ଭାବରେ କଟକଣା ଲାଗିଛି। ଚଣ୍ଡିଖୋଲରୁ ବାଲେଶ୍ୱରକୁ କୌଣସି ଗାଡ଼ି ଛଡାଯିବନି। କେବଳ ଅତି ଜରୁରୀ କାର୍ଯ୍ୟରେ ବ୍ୟବହୃତ ଗାଡିକୁ ଛଡାଯିବ ବୋଲି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର କହିଛନ୍ତି।

Leave A Reply

Your email address will not be published.