ବାଣିଜ୍ଯ ଛାତ୍ରଛାତ୍ରୀମନଙ୍କୁ ନେଇ କ୍ୟାରିୟର କଉଁନସିଲିଂ ।

0 283

ମାଲକାନଗିରି,୦୩/୦୬(ପିପିଟି): ଭାରତୀୟ ଚାଟାର୍ଡ ଏକାଉଣ୍ଟ କୋଲକାତା ଆଞ୍ଚଳିକ କାର୍ଯ୍ୟାଳୟ ତରଫରୁ ଏକ ଆଭାସୀ ମାଧ୍ୟମରେ ବାଣିଜ୍ୟ ବିଭାଗର ଛତ୍ରଛାତ୍ରୀ ମାନଙ୍କୁ ନେଇ ଏକ କ୍ୟାରିୟର କାଉଁନସିଲିଂ କାର୍ଯ୍ୟକ୍ରମ ସି. ଏ. ସଂଜୀବ ସଂଘୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ସଭାର ପ୍ରାରମ୍ଭରେ ମାଲକାନଗିରି ବାଣିଜ୍ୟ ବିଭାଗର ମୁଖ୍ୟ ଡ. ରଞ୍ଜନ କୁମାର ସ୍ୱାଇଁ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ସହିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଚାଟାର୍ଡ଼ ଏକାଉଣ୍ଟାଟ ଶ୍ରୀକାନ୍ତ ଶର୍ମା କ୍ୟାରିୟର ବିଷୟରେ ଆଲୋକପାତ କରିଥିଲେ । ଛାତ୍ର ପରମର୍ଶଦାତା ସୁସ୍ମିତା ସେନ ଆଇସିଏଆଇ ଆଞ୍ଚଳିକ କାର୍ଯ୍ୟାଳୟ କୋଲକାତାର ପାଠ୍ୟ ଖସଡ଼ା ବିଷୟରେ ସମ୍ପୂର୍ଣ ଭାବେ ବୁଝାଇ ଥିଲେ । +୨ ଓ +୩ କଳା, ବାଣିଜ୍ୟ ଓ ବିଜ୍ଞାନର ଛାତ୍ର ଛାତ୍ରୀମାନେ କିପରି ଅଧିକ ମାତ୍ରାରେ ଅଧୟନ କରିପାରିବେ ତା ବିଷୟରେ ସମ୍ପୂର୍ଣ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମାଲକାନଗିରି ମହାବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ବଲାଙ୍ଗିର ଏବଂ ଯେ. ଏସ.ଏମ କଲେଜରୁ ୨୦୦ ଛାତ୍ର ଛାତ୍ରୀ ସକ୍ରିୟ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାଲକାନଗିରି ମହାବିଦ୍ଯାଳୟ ଅଧ୍ୟକ୍ଷ ଅଶୋକ କୁମାର ଷଢଙ୍ଗୀ ନିମନ୍ତ୍ରିତ ଅତିଥି ଭାବେ ଯୋଗଦାନ କରି ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ମେଘା ଅଗ୍ରୱାଲ, ଦୀପ୍ତି ରେଖା ମିଶ୍ର, ବି. ଗୁପ୍ତେଶ୍ୱର ରାଓ, ଆରତୀ ଲୁଗୁନ ଛାତ୍ରଛାତ୍ରୀ ମାନଙ୍କୁ ପ୍ରତ୍ଯକ୍ଷ ଭାବେ ଯାନ୍ତ୍ରିକ ସାହାଯ୍ୟ କରିଥିଲେ । ଛାତ୍ର ଛାତ୍ରୀଙ୍କ ତରଫରୁ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚରାଯାଇ ସନ୍ଦେହ ଦୂର କରାଯାଇଥିଲା । ମାଲକାନଗିରି ଭଳିଆ ଉପାନ୍ତ ଅଞ୍ଚଳରେ ପ୍ରଥମ ଥର ପାଇଁ ଆଇସିଏଆଇ ସହକାରୀ ସମ୍ପାଦକ ତଥା ଛାତ୍ର ପରାମର୍ଶଦାତା ସୁସ୍ମିତା ସେନଙ୍କୁ ପ୍ରଶଂସା କରିଛନ୍ତି । ସଭା ଶେଷରେ ଡଇଓ ପଲ୍ଲବୀ ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.