ବାଚସ୍ପତିଙ୍କ ନିର୍ବାଚନ ମଣ୍ଡଳୀରେ ପାନୀୟ ଜଳ ପ୍ରକଳ୍ପ ଦୁର୍ନୀତି,ଟାଙ୍କି ଅଛି କିନ୍ତୁ ପାଣି ନାହିଁ, ସ୍ଥାନୀୟ ସରପଞ୍ଚ ବାରମ୍ବାର ଅଭିଯୋଗ କରି କରି ନୟାନ୍ତ ।
ଦିଗପହଣ୍ଡି,୦୯/ ୧୨(ପିପିଟି) ପାନୀୟ ଜଳ ସମସ୍ୟାକୁ ଦୁର କରିବାପାଇଁ ରାଜ୍ୟସରକାର କୋଟି କୋଟି ଟଙ୍କା ବ୍ୟୟ କରିଥାନ୍ତି । ବସୁଧା ଯୋଜନାରେ ପ୍ରତ୍ୟେକ ଗ୍ରାମକୁ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରି ଘରକୁ ଘର ପାଣି ଯୋଗାଇଥାନ୍ତି । ହେଲେ ଅତି ଦୁଃଖର ବିଷୟ ଜଳ ପ୍ରକଳ୍ପ ନିର୍ମାଣ ହେଉଛି ଖାଲି ସୁନ୍ଦରକୁ ଏହା କାର୍ଯ୍ୟକାରୀ ହେଉନାହିଁ । ଲୋକ ମାନଙ୍କୁ ଭୂଆଁ ବୁଲାଇ ଜଳ ଯୋଗାଣ ଅଧିକାରୀ ଅଚିନ୍ତାରେ କୁମ୍ଭକର୍ଣ ନିଦ୍ରାରେ ସୋଇରହିଛନ୍ତି । ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚଷାନିମଖଣ୍ଡି ପଞ୍ଚାୟତ ରେ ଏକ ପାନୀୟ ଜଳ ପ୍ରକଳ୍ପ ରହିଛି । ହେଲେ ଅତି ଦୁଃଖର ବିଷୟ ପାନୀୟ ଜଳ ପ୍ରକଳ୍ପଟି କୌଣସି କାର୍ଯ୍ୟରେ ଲାଗିପାରୁନି । ଦୀର୍ଘ ୪ ବର୍ଷ ହେଲା ଅଚଳ ଅବସ୍ଥାରେ ପଡ଼ିରହିଛି । ସ୍ଥାନୀୟ ସରପଞ୍ଚ ସୁଦର୍ଶନ ନାୟକ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହିଛନ୍ତି ସରପଞ୍ଚ । ଦିଗପହଣ୍ଡି ଗ୍ରାମ୍ୟ ଜଳ ଯୋଗାଣ ଅଫିସକୁ ଧାଇଁ ଧାଇଁ ପାଦର ଚପଲ ଛିଣ୍ଡିଗଲାଣି ହେଲେ ବି ଜଳ ଯୋଗାଣ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ନାହିଁ । ଲୋକ ମାନଙ୍କ ହିତ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଖାଲି ଯୋଜନାରେ ହିଁ ରହିଯାଉଛି । ଏମିତି ଦିଗପହଣ୍ଡି ବ୍ଲକରେ ଅନେକ ଗ୍ରାମ ଅଛି ପାନୀୟ ଜଳ ପ୍ରକଳ୍ପ ଦୁର୍ନୀତିରେ ଲିପ୍ତ ଅତି ଶୀଘ୍ର ଏହାର ଖୁଲାସା ହେବ । ଲୋକେ ପାଣି ପାଇଁ ନା ନା ସମସ୍ୟା ଦେଇ ଗତି କରିଥିବା ବେଳେ ଜଳ ଯୋଗାଣ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇରହିଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )