ବ୍ରହ୍ମପୁର,୦୯/୧୨(ପିପିଟି); ବିଗତ କିଛି ଦିନ ହେବ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଓଡିଶା ବିଧାନସଭା ବାଚସ୍ପତି ଡ଼.ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସହ କୁକୁଡାଖଣ୍ଡି ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ବାର୍ତ୍ତାଳାପର ଏକ ଅଡିଓ ରେକର୍ଡିଙ୍ଗ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ନେଇ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ସମେତ ସାରା ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଚି । ଗୋଟିଏ ପଟେ ଗୋପାଳପୁର ବିଧାୟକ ଡ଼.ପ୍ରଦୀପ ପାଣିଗ୍ରାହୀ ଦୁର୍ନୀତିର ଜାଲରେ ଛନ୍ଦି ହୋଇ କାଠଗଡ଼ାରେ ପେଷି ହେଉଛନ୍ତି । ଏବଂ ଅନ୍ୟପଟେ ଅଡିଓ ଭାଇରଲକୁ ନେଇ ଜିଲ୍ଲା ରାଜନୀତି ଚର୍ଚ୍ଚାରେ ରହିଛି । ଏହି ପରିପ୍ରେକ୍ଷୀରେ କୁକୁଡାଖଣ୍ଡି ଅଞ୍ଚଳର କିଛି ସାମାଜିକ କର୍ମୀ ଆଜି ବ୍ରହ୍ମପୁର ସ୍ଥିତ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଭାତ ରାଉତରାୟଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଚନ୍ତି ଏବଂ ଏକ ରାଜ୍ୟର ଏକ ସାମ୍ବିଧାନିକ ପଦ ପଦବୀରେ ରହିଥିବା ବ୍ୟକ୍ତିଙ୍କ ବ୍ୟକ୍ତିଗତ ବାର୍ତ୍ତଳପକୁ ଯେଉଁ ବ୍ୟକ୍ତିଙ୍କ ଫୋନରୁ ପ୍ରଥମେ ହୋଇଛି ତାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବା ନେଇ ଶ୍ରୀ ରାଉତରାୟଙ୍କ ଜରିଆରେ ଏସପି ପିନାକ ମିଶ୍ରଙ୍କ ନିକଟରେ ଦାବି ଜଣାଇଛନ୍ତି ଏବଂ ସିଧାସଳଖ କୁକୁଡାଖଣ୍ଡି ବ୍ଲକ ଅଧକ୍ଷ କାମାକ୍ଷା ପାତ୍ର ନିଜ ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିବା ଏବଂ ବାଚସ୍ପତିଙ୍କୁ ବଦନାମ କରିବା ପାଇଁ ପ୍ରଥମେ କିଛି ହାତଗଣତି ସରପଞ୍ଚ ଓ ସମିତିସଭ୍ୟ ସମେତ ଅସାମାଜିକ ବ୍ୟକ୍ତି ମାନଙ୍କୁ ମେଳିକରି କୁକୁଡାଖଣ୍ଡି ତହସିଲଦାରଙ୍କୁ ବଦଳି ନକଲେ ଆମେ ସମୂହ ଇସ୍ତଫା ଦେବୁ ବୋଲି ଏକ ଲିଖିତ ପତ୍ର ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କୁ ପ୍ରେରଣ କରିଥିଲେ ପରବର୍ତ୍ତୀ ସମୟରେ ଇସ୍ତଫା ନିଷ୍ପତ୍ତିରୁ ଓହରି ବାଚସ୍ପତି ଶ୍ରୀ ପାତ୍ରଙ୍କ କୌଣସି କାର୍ଯ୍ୟକ୍ରମକୁ ସମର୍ଥନ କରିବୁ ନାହିଁ କାରଣ ବାଚସ୍ପତି ଆମକୁ ଗୁରୁତ୍ୱ ଦେଉନାହାଁନ୍ତି ବୋଲି ଏକ ଲିଖିତ ଅଭିଯୋଗ ପୁନର୍ବାର ବିଜେଡ଼ି ସଭାପତିଙ୍କୁ ପ୍ରେରଣ କରିବା ପାଇଁ ବୈଠକ ଡାକି ନିଷ୍ପତ୍ତି ନେଇଥିଲେ ଏବଂ ଉକ୍ତ ସମୟରେ ବାଚସ୍ପତି ଯେହେତୁ କୁକୁଡାଖଣ୍ଡି ବ୍ଲକ ନିଜ ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଭୁକ୍ତ ତେଣୁ ବିବାଦ ସମାଧାନ କରିବା ପାଇଁ ନିଜ ନିର୍ବାଚନ ମଣ୍ଡଳୀ ବ୍ଲକ ଅଧକ୍ଷଙ୍କୁ ଫୋନ ମାଧ୍ୟମରେ ବୁଝାଇବାବେଳେ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର ରେକର୍ଡିଙ୍ଗ କରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଚାର କରିଛନ୍ତି ।