ବାଚସ୍ପତିଙ୍କୁ ସାକ୍ଷାତ କଲେ ଫାଶିଗୁଡା ପଞ୍ଚାୟତର ଚାଷୀ।

0 744

ଭୁବନେଶ୍ବର,୨୨/୧୦ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଫାଶିଗୁଡା ପଞ୍ଚାୟତର ୩୦ ଜଣ ଚାଷୀ ଆଜି ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ସାକ୍ଷାତ କରିଛନ୍ତି। ସାକ୍ଷାତ ଆଲୋଚନା ବେଳେ ସେମାନେ ନିଜର ଅଭାବ ଅସୁବିଧା ସହିତ ନିଜ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଭାବେ ବାଚସ୍ପତିଙ୍କୁ ଜଣାଇଥିଲେ। ସେମାନଙ୍କ ସମସ୍ୟା ଗୁଡିକ ଯଥାଶୀଘ୍ର ସମାଧାନ ସହିତ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବାଚସ୍ପତି ଡ.ପାତ୍ର ପ୍ରତିଶ୍ରୁତି ଦେଇଥିଲେ। ଏ ସମ୍ପର୍କରେ ବିହିତ ପଦକ୍ଷେପ ନେବାକୁ ବାଚସ୍ପତି ଡ.ପାତ୍ର ଗଞ୍ଜାମ ଜିଲ୍ଲାର ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.