ବାଙ୍ଗିରୀପୋଷୀ ଘାଟୀର ଦୁଇ ପାର୍ଶ୍ବ ଗାଡୱାଲ ବେରେକେଡ୍ ନିର୍ମାଣ ଦାବିରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ ।

0 285

ରାଇରଙ୍ଗପୁର,୨୯/୧୦(ପିପିଟି) ମୟୁରଭଞ୍ଜ ଜିଲ୍ଲା ବିଶୋଇ ଓ ବାଙ୍ଗିରୀପୋଷୀର ଘାଟୀ ଆରମ୍ଭ ଓ ଶେଷ ମଧ୍ୟରେ ୪୯ ନଂ ଜାତୀୟ ରାଜପଥ ରେ ଦୀର୍ଘ ୭ କି: ମି: ରାସ୍ତା ର ଦୁଇ ପାର୍ଶ୍ବକୁ ଉନ୍ନତ ମାନର ଗାଡୱାଲ ଓ କଂକ୍ରିଟ୍ ବେରେକେଡ୍ ସହ କନଭାର୍ସ ମିରର ନିର୍ମାଣ କରିବା ପାଇଁ ଆଜି ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କୁ ବିଶୋଇ ବିକାଶ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଉକ୍ତ ଜାତୀୟ ରାଜପଥ ରେ ଦୈନିକ ଦୁର୍ଘଟଣା ଘଟି ଅନେକ ଜନଜୀବନ ପ୍ରଭାବିତ ହେବା ସହ ମୂଲ୍ଯବାନ ଜୀବନ ଚାଲିଯାଉଅଛି । ଯାହାର ଦୁର୍ଘଟଣା ଘଟୁଛି ତାର ନିଶ୍ଚିତ ମୃତ୍ୟୁ ଘଟିଛି । ଦୁର୍ଘଟଣା ଘଟିଲେ ଘାଟୀ ର ଶହେ ଫୁଟ ପାହାଡ ତଳକୁ ଖସି ଗାଡି ମଟରଯାନ ଭାଙ୍ଗି ଚୁରମାର ହେଉଥିବା କଥା ଅଭିଯୋଗରେ ଲେଖା ରହିଛି । ପ୍ରକୃତରେ ବାଙ୍ଗିରୀପୋଷୀ ଘାଟୀ , ୫୨ଘାଟୀ ଅନେକ ଲୋକଙ୍କର ଜୀବନ ନେଇଛି । ତେଣୁ ଉକ୍ତ ଘାଟୀ ରେ କାହାର ଆଉ ଦୁର୍ଘଟଣା ନ ହେବା ପାଇଁ ଓ ଦୁର୍ଘଟଣା ରୋକିବା ପାଇଁ ସରକାର ଦୃଷ୍ଟି ଦେବା ପାଇଁ ବିଶୋଇ ବିକାଶ ପରିଷଦ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଛି ।
(ରିପୋର୍ଟ- ଶିବ ଦାସ ମହାନ୍ତ ।)

Leave A Reply

Your email address will not be published.