ବାଙ୍କୋଇ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ଓ ଶିକ୍ଷୟିତ୍ରୀ ବୈଠକ।

0 246

ବୋଲଗଡ଼,୨୧/୦୪(ପିପିଟି):ବୋଲଗଡ଼ ଶିକ୍ଷା ବ୍ଲକ ଅନ୍ତର୍ଗତ ବାଙ୍କୋଇସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଆନୁକୁଲ୍ୟରେ ଓ ପ୍ରଧାନଶିକ୍ଷକ ବଦ୍ରୁଲ ହାସନ ଖାଁଙ୍କ ସଭାପତିତ୍ବରେ ଅଭିଭାବକ ଓ ଶିକ୍ଷକ ବୈଠକ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୩୧୫ ଜଣ ଅଭିଭାବକ ଓ ଅଭିଭାବିକାମାନେ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଖୋର୍ଦ୍ଧାର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଅକ୍ଷୟ କୁମାର ମହାନ୍ତି,ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ନାଥ ସ୍ବାଇଁ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସସ୍ମିତା ବଳିୟାରସିଂହ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଧୀରେନ୍ଦ୍ର କୁମାର ପାତ୍ର, ଶିକ୍ଷୟିତ୍ରୀ ସସ୍ମିତା ଦଳାଇ ଯୋଗଦେଇ ଥିଲେ। ଏହି ଉତ୍ସବର ପ୍ରାରମ୍ଭରେ ସମସ୍ତେ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ଫୁଲ ଚନ୍ଦନ ଧୂପ ଦୀପ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସରୋଜ କୁମାର ସାମନ୍ତସିଂହାର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀ ଉର୍ମିଳା ମାଝୀ ଗୀତା ପାଠ ଓ ବେଦ ପାଠ ଗାନ କରିଥିଲେ।ସଭାପତି ବଦ୍ରୁଲ ହାସନ ଖାଁ ଅଭିଭାବକ ଓ ଅଭିଭାବିକାମାନଙ୍କୁ ୧୩ଗୋଟି ତଥ୍ୟ ଉପରେ ବିଶଦ ଆଲୋଚନା କରିଥିଲେ। ଶୈକ୍ଷିକ କ୍ୟାଲେଣ୍ଡର, ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଯୋଗାଣ, ଅନଲାଇନ ସୁରକ୍ଷା ଓ ସାଇବର ସଚେତନତା,ମୈ।ଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଉପରେ ସଚେତନତା ବିଷୟରେ ଶିକ୍ଷୟିତ୍ରୀ ସସ୍ମିତା ଦଳାଇ, ନିଳୀମା ରାଣୀ ସେଠୀ,ସ୍ମିତା ପଟ୍ଟନାୟକ ଓ ଶିକ୍ଷକ ଶୁଭେନ୍ଦୁ କୁମାର ସ୍ବାଇଁ ଉଦବୋଧନ ଦେଇଥିଲେ। ମୁଖ୍ୟ ଅତିଥି ଶିକ୍ଷା ଅଧିକାର ଅଧିନିୟମ ୨୦୦୯ ଅନୁଯାୟୀ ୬ରୁ ୧୪ ବର୍ଷର ସବୁ ପିଲାମାନଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଯୋଗାଇ ଦିଆଯାଉଛି ବୋଲି ଅଭିଭାବକମାନଙ୍କୁ କହିଥିଲେ। ମୁଖ୍ୟ ବକ୍ତା ଶିକ୍ଷା ସଚେତନତା ରଥର ମୂଳ ଲକ୍ଷ୍ୟ ବିଷୟରେ ଉପସ୍ଥିତ ସମସ୍ତ ଅଭିଭାବକ ଓ ଅଭିଭାବିକାମାନଙ୍କୁ କହିଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଜୀବନ ସଂଗ୍ରାମ ସାହୁ, ସତ୍ୟବ୍ରତ ନାୟକ ଓ ଶିକ୍ଷୟିତ୍ରୀ ସ୍ମିତା ପଟ୍ଟନାୟକ, କଳ୍ପନା କୁମାରୀ ସାହୁ, ରଶ୍ମିତା ଦଳାଇ,ସ୍ବର୍ଣ୍ଣପ୍ରଭା ସେଠୀ,ମାନସୀ ବେହେରା ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ। ଆଜିର ଅଭିଭାବକମାନେ ସଚେତନତା ହେଲେ ସେମାନଙ୍କର ପିଲାମାନେ ଭବିଷ୍ୟତରେ ଏକ ସୁନାଗରିକ ହେବେ ଏଥିରେ କାହାର ସନ୍ଦେହର ଅବକାଶ ନାହିଁ ଶିକ୍ଷକ ସୁବାସ ଚନ୍ଦ୍ର ଦାସ ଉଦବୋଧନ ଦେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.