ବାଙ୍କୀ ମାଟିର ଗର୍ବ “ଶ୍ରେୟା”ଙ୍କ କୃତିତ୍ବ।

0 340

ବୈଦ୍ୟଶ୍ୱର,୧୧/୦୫(ପିପିଟି): ବାଙ୍କୀ ବ୍ଳକ ଅନ୍ତର୍ଗତ ବୈଦ୍ୟଶ୍ୱର ଗ୍ରାମର ଝିଅ ଶ୍ରେୟା ପଟ୍ଟନାୟକ ବିଶ୍ୱସ୍ତରୀୟ ଗ୍ଲୋବାଲ ଆଡିମିନିଷ୍ଟ୍ରେସନ ତାଲିମ କାର୍ଯ୍ୟକ୍ରମରେ ଏକମାତ୍ର ଭାରତୀୟ ଯୋଗଦେବାପାଇଁ ଲଣ୍ଡନ ଯାତ୍ରା କରିଛନ୍ତି। ବାଙ୍କୀ ସୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ସୁବୋଧ ଚନ୍ଦ୍ର ପଟ୍ଟନାୟକ ଓ ବୈଦେଶ୍ୱର ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ କଳ୍ପଲତା ମହାପାତ୍ରଙ୍କ ନାତୁଣୀ ତଥା ତଥା ସ୍ୱର୍ଗତ ସମ୍ବିତ ପଟ୍ଟନାୟକ ଓ ବିଦିଶା ପଟ୍ଟନାୟକଙ୍କ ସୁପୁତ୍ରୀ ସୁଶ୍ରୀ ଶ୍ରେୟା ପଟ୍ଟନାୟକ। ବାଲ୍ୟ କାଳରୁ ସେ ଜଣେ ମେଧାବୀ ଛାତ୍ରୀ ଥିଲେ। ବର୍ତ୍ତମାନ ବ୍ରିଟିଶ କାଉନସିଲ “ନୋଇଡା” ଉତ୍ତରପ୍ରଦେଶର ଗ୍ଲୋବାଲ ଆଡମିନିଷ୍ଟ୍ରେସନରେ ମ୍ୟାନେଜର ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି। ତାଙ୍କର ଏହି ସଫଳତା ପାଇଁ ତାଙ୍କର ଦାଦା ଡ.ସୁବିତ୍ ପଟ୍ଟନାୟକ ତଥା ବୈଦେଶ୍ୱର ଓ ବାଙ୍କୀ ଅଞ୍ଚଳର ବୁଦ୍ଧିଜୀବୀ ତାଙ୍କୁ ସୁଭେଛା ଜଣାଇଛନ୍ତି।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.