ମାଲକାନଗିରି,୧୯/୦୧(ପିପିଟି): ମାଲକାନଗିରି ଜିଲ୍ଳାରେ ବନବିଭାଗ ପକ୍ଷରୁ କଲରାପତରିଆ ବାଘ ଚମଡା ଜବତ କରାଯିବ ସହ ଏଥିରେ ସଂପୃକ୍ତ ୩ ଜଣ ଆସାମୀଙ୍କୁ ଗିରଫ କରାଯାଇଛି। କୌଣସି ସୂତ୍ରରୁ ସୂଚନା ପାଇ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କୋଟ୍ଟାପାଲ୍ଲୀଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ସକାଳେ ମାଲକାନଗିରି ବନଖଣ୍ଡ ଅନ୍ତର୍ଗତ ପଟେରୁ କେନାଲ ନିକଟରେ ବନ ବିଭାଗ ପକ୍ଷରୁଏକ କଲରାପତିରିଆ ବାଘ ଚମଡା ଜବତ କରାଯାଇଛି । ଚମଡାର ଲମ୍ବ ପ୍ରାୟ ୧.୧୩ ମିଟର ରହିଥିବା ଜଣାପଡିଛି। ଏହି ବାଘ ଚମଡା ଜବତ ମୋଟୁ ବନପାଳ ମୂରଲୀଧର ଅନୁଗୁଳିଆ, ଏନଭି-୮୮ ବନପାଳ ଦୀପଙ୍କର ଶିଉଳି,ଏମଭି-୭୯ ବନପାଳ ସମୀର କୁମାର ଜେନା,ବନରକ୍ଷୀ ଟୁକୁନା ବରାଡ,ତପନ ସାହା, ବଳଭଦ୍ର ପାଣିଗ୍ରାହୀଙ୍କ ସହଯୋଗ ଓ ବନାଞ୍ଚଳ ଅଧିକାରୀ ରଶ୍ମିରଞ୍ଜନ ସ୍ବାଇଁଙ୍କ ନେତୃତ୍ୱରେ ହୋଇଥିଲା। ବାଘ ଚମଡା ସହ ଗୋଟିଏ ହୋଣ୍ଡା ମୋଟର ସାଇକେଲକୁ ମଧ୍ୟ ଜବତ କାରାଯାଇଛି। ଏଥିରେ ସଂପୃକ୍ତ ଥିବା ମୁକେଶ ମାଡକାମୀ,ପେଣ୍ଟା ମାଡକାମୀ ଓ ଦୁଲ୍ଲା ମାଡକାମୀ ମାଡକାମୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଆସାମୀମାନେ ହେଲେ ମୋଟୁ ଥାନା ଅନ୍ତର୍ଗତ ମାନ୍ୟମକୋଣ୍ଡା ପଞ୍ଚାୟତ ମାଙ୍ଗିପାଲି ଗ୍ରାମର ବୋଲି ଜଣାପଡିଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା ବନଖଣ୍ଡଅଧିକାରୀ ପ୍ରକାଶ କରିଛନ୍ତି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post