ବୁଗୁଡା,୨୦/୦୧(ପିପିଟି);ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ଖୋଳଖାଳି ଗ୍ରାମ ଦେଇ ଯାଇଥିବା ବାଘୁଆ କେନାଲ ସାଇଫିନ୍ ରୁ ନବଜାତ ମୃତ ଶିଶୁ କନ୍ୟା ଉଦ୍ଧାର ହୋଇଥିବା ଏକ ଦୁଃଖଦ ଘଟଣା ଘଟିଛି । ଘଟଣାରୁ ପ୍ରକାଶ ଆଜି ଅପରାହ୍ନ ପ୍ରାୟ ଦୁଇ ଘଣ୍ଟା ସମୟରେ ସ୍ଥାନୀୟ ଗ୍ରାମବାସୀଙ୍କ ନଜରରେ ଏହି ଦୃଶ୍ୟଟି ପଡିଥିଲା ଫଳରେ ଗ୍ରାମବାସୀ ମାନେ ଥାନାରେ ଏକ ଲିଖିତ ଭାବେ ଜଣାଇବା ପରେ ଥାନା ଅଧିକାରୀଙ୍କ ନେତୃତ୍ଵରେ ସ୍ଥାନୀୟ ଦମକଳ ବିଭାଗକୁ ଖବର ଦିଆଯାଇଥିଲା । ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସେଠାରୁ ସେହି ମୃତ ଶିଶୁ କନ୍ୟାର ଶବଟିକୁ ଉଦ୍ଧାର କରାଯାଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବା ଜଣାପଡ଼ିଛି । କନ୍ୟା ସନ୍ତାନ ଟିଏ ଭାବି ଏହି ନୃସଂଶ କାର୍ଯ୍ୟ କରିଥାଇପାରେ ବୋଲି ଘଟଣାସ୍ଥଳରେ ଜମା ହୋଇଥିବା ଜନସାଧାରଣଙ୍କ ମଧ୍ୟରେ ଗୁଞ୍ଜରଣ ହୋଇଥିବା ବେଳେ ଆଉ କେତେକ ବ୍ୟକ୍ତି ବିଶେଷ ମଧ୍ୟ ଏହା କୌଣସି ବ୍ୟଭିଚାରିଣୀ ର କାର୍ଯ୍ୟକଳାପ ହୋଇଥାଇପାରେ ବୋଲି ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )