ବାଘପାଳିରେ ବକୁଳ ଯାତ୍ରା ମହୋତ୍ସବ ଉପଲକ୍ଷେ କୋଶଲୀ କବିତା ଆସର ।

0 265

ଉଲୁଣ୍ଡା,୧୪/୦୧(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର କୋଟସମଲାଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଘପାଲି ସ୍ଥିତ ସିଦ୍ଧଯୋଗୀ ବାବା ଚନ୍ଦ୍ରମଣି ଦାସ ମଠ ପରିସରରେ ପ୍ରସିଦ୍ଧ ବକୁଳ ଯାତ୍ରା ମହୋତ୍ସବ ଅବସରରେ ଏକ କୋଶଲୀ କବିତା ଅସର ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଶ୍ରୀଯୁକ୍ତ ଜାନକୀରାମ ଦେହୁରୀ ଙ୍କର ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଂସ୍କୃତି ଗବେଷକ ଡ ଅନିରୁଦ୍ଧ କୁରୁକୁରିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବାବେଳେ କବି ଅଖୋଜ କୁମାର ଷାଣ୍ଢ,କବି ନନ୍ଦକାହ୍ନ ପୁଝାରୀ,କବି ରମେଶ୍ୱର ଛତ୍ରୀଆ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବାବା ଚନ୍ଦ୍ରମଣି ଦାସଙ୍କ ଜୀବନୀ ତଥା ଓଡ଼ିଆ ଓ କୋଶଲୀ ସାହିତ୍ୟରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ ।ଏହି ଅବସରରେ କବି କୃପାସିନ୍ଧୁ ମହାକୁରଙ୍କ ସଂଯୋଜନାରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା ।ଏଥିରେ କବି ଶୁଭେନ୍ଦୁ ମେହେର,ଶାନ୍ତନୁ କୁମାର କର୍ଣ୍ଣ,ଚମ୍ପେଶ୍ୱର ଦାନୀ, ଯୁଧିଷ୍ଠିର ଖମାରୀ,ପ୍ରଭାତ କୁମାର ଚୌହାନ,ଉତ୍ତମ ଖମାରୀ,ଗଜାନନ ସାଥୁଆ,ସୁକଦେଵ ସାହୁ,ସୁଶାନ୍ତ ଭୋଇ,ହାଡ଼ିବନ୍ଧୁ ଖମାରୀ, ଗଜିନ୍ଦ୍ର ସେଠି ପ୍ରମୁଖ କବିମାନେ ଉପସ୍ଥିତ ରହି ସ୍ଵ ରଚିତ କବିତା ପାଠ କରିଥିଲେ । ଅନୁଷ୍ଠାନର ସମ୍ପାଦକ ମକୁନ୍ଦ ଧରୁଆ ସଭା ପରିଚାଳନା କରିଥିବାବେଳେ ଶେଷରେ ପ୍ରକାଶ ବଗର୍ତ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ସେହିଭଳି ବିରମହାରାଜପୁର ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ମକର ସଂକ୍ରାନ୍ତି ଅବସରରେ ବିରମହାରାଜପୁର ସପ୍ତଦୀପା ସାହିତ୍ୟ ସଂସଦ ଆନୁକୂଲ୍ୟରେ ୧୦୨ ତମ ଭ୍ରାମ୍ୟମାଣ କାବିତା ଆସର ତଥା ମକର ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଅନୁଷ୍ଠାନ ସ୍ଥାୟୀ ସଭାପତି ଦ୍ବିତୀକୃଷ୍ଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଭଗବାନ ମିଶ୍ର ମୁଖ୍ୟ ଅତିଥି,ରାଧେଶ୍ୟାମ ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସମାଜ ଏବେ ଉଗ୍ର ଉଦଣ୍ଡର ଉତ୍ତେଜନାରେ ଅସ୍ଥିର,ସେଥିପାଇଁ ସଚେତନତାର ପୁନଃ ଅଙ୍କରଣ ପାଇଁ ସାହିତ୍ୟ ଏବଂ ସାହିତ୍ୟିକଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ପ୍ରାରମ୍ଭରେ ହନୁମାନ ଚାଲିଶା ପାଠ ପରେ ସାମ୍ବାଦିକ କବି ଯୁଗଳ କିଶୋର ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ସମ୍ଭାଷଣ ଦେଇଥିଲେ । ପରେ ଯୁବକବି ଲକ୍ଷ୍ମୀ ନାରାୟଣ ସାହୁଙ୍କର ସଂଯୋଜନାରେ ହୋଇଥିବା କବିତା ଆସରରେ ବହୁ କବି ସ୍ୱରଚିତ କବିତା ଆବୃତି କରିଥିଲେ । ଶେଷରେ କବି ଅନ୍ତର୍ଯ୍ୟାମୀ ରଥ ଧନ୍ୟବାଦ ଦେଇଥିଲେ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.