ଉଲୁଣ୍ଡା,୦୩/୦୧(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ବାଘପାଲି ସ୍ଥିତ ସିଦ୍ଧଯୋଗୀ ଚନ୍ଦ୍ରମଣି ଦାସଙ୍କ ସମଧିପୀଠ ଠାରେ ଚନ୍ଦ୍ରମଣି ଦାସ ବିକାଶ ଟ୍ରଷ୍ଟ ଆନୁକୂଲ୍ୟରେ ଏକ କୋଶଲୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଚନ୍ଦ୍ରମଣି ଦାସ ବିକାଶ ଟ୍ରଷ୍ଟର ଉପଦେଷ୍ଟା ସଦସ୍ୟ ନରସିଂହ ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ଶିକ୍ଷକ ଯୋଗେନ୍ଦ୍ର ପ୍ରସାଦ ପଣ୍ଡା ମୁଖ୍ୟଅତିଥି ଭାବରେ ଯୋଗଦେଇ ଥିବାବେଳେ ଯୁବକବି ଯୁଧିଷ୍ଠିର ଖମାରୀ ଏବଂ ଶୁଭେନ୍ଦୁ ମେହେର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସିଦ୍ଧଯୋଗୀ ଚନ୍ଦ୍ରମଣି ଦାସ ଜୀବନୀ ଓ ସାହିତ୍ୟ ସାଧନ ଉପରେ ନିଜ ନିଜର ମତବ୍ୟକ୍ତ କରିଥିଲେ । ପରେ ତ୍ରିପୁରାରୀ ମହାକୁର ଏବଂ କୃପାସିନ୍ଧୁ ମହାକୁର ଙ୍କ ସଂଯୋଜନାରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା ।ଏଥିରେ ରାମେଶ୍ୱର ଛତ୍ରୀଆ, ଚମ୍ପେଶ୍ୱର ଦାନୀ,ବାଙ୍କା ବିହାରୀ ମହାକୁର,ଧ୍ରୁବଚରଣ ନାଏକ, ଗୋବର୍ଦ୍ଧନ ପଧାନ,ଗଜିନ୍ଦ୍ର ସେଠି, ଲିଙ୍ଗରାଜ ଛତ୍ରୀଆ,ପ୍ରଫୁଲ୍ଲ ସାହୁ, ମାଧବ ମଟାରୀ ପ୍ରମୁଖ ସ୍ଵରଚିତ କବିତା ଆବୃତି କରିଥିଲେ ।କହ୍ନେଇ ଦେହେରି,ବୁଧୁଲାଲ ଦେହେରି,ପ୍ରକାଶ ବଗର୍ତ୍ତି ପ୍ରମୁଖ କଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଶେଷରେ ମକୁନ୍ଦ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )
Prev Post
Next Post