କଳାହାଣ୍ଡି,୦୯/୦୯(ପିପିଟି); ବାଗବୁରାଇ ଗ୍ରାମ ରେ ରାପିଡ୍ ଆଣ୍ଟିଜେନ ଟେଷ୍ଟ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବାଗବୁରାଇ ଗ୍ରାମର ସରକାରୀ ବିଦ୍ଯାଳୟରେ ରାପିଡ୍ ଆଣ୍ଟିଜେନ ଟେଷ୍ଟ କରାଯାଇଛି । ଏହି ରାପିଡ୍ ଆଣ୍ଟିଜେନ ଟେଷ୍ଟ ରେ ଗ୍ରାମର ୧୧୨ ଜଣ ବ୍ଯକ୍ତିଙ୍କୁ ଟେଷ୍ଟ କରାଯାଇଥିବା ବେଳେ ସମସ୍ତଙ୍କର ନେଗେଟିଭ ଅଛି ବୋଲି ସୁଚନା ମିଲିଛି। ମେଡିକାଲର କର୍ମଚାରୀ ଏବଂ ଆଶାକର୍ମୀ ଓ ଅଙ୍ଗନଓ୍ବାଡିଙ୍କ ଉପସ୍ଥିତ ରେ ଆଣ୍ଟିଜେନ ଟେଷ୍ଟ କରାଯାଇଛି। ଜିଲ୍ଲାରେ ଆକ୍ରାନ୍ତ ସଂଖ୍ଯା ୧୭୧୫ ରେ ପହଞ୍ଚିଛି ଥିବାରୁ ମେଡିକାଲ ଟିମ ଗାଁ ଗାଁ ଯାଇ ଟେଷ୍ଟ ଦେଖି ବାକୁ ମିଲିଛି। ରିପୋର୍ଟ – ବବୁଲୁ ସାହୁ ।