ବାଇକ ସହ ଗଞ୍ଜେଇ ଜବତ: ଜଣେ ଗିରଫ ।

0 369

କନ୍ଧମାଳ,୧୯/୦୫(ପିପିଟି): ବର୍ତ୍ତମାନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ଲକ୍ ଡାଉନ୍ ଚାଲିଥିବା ବେଳେ ଜିଲ୍ଲାର ବିଭିନ୍ନ ଛକ ମାନଙ୍କରେ ପୋଲିସ ଚେକିଂ ମଧ୍ୟ କଡ଼ାକଡ଼ି ଚାଲିଛି । ତେବେ ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଜାଜେଶପାଙ୍ଗାର ଲଦଡି ଛକ ନିକଟରେ କୌଣସି ସୂତ୍ରରୁ ଖବର ପାଇଁ ଫିରିଙ୍ଗିଆ ଭାରପ୍ରାପ୍ତ ଥାନା ଅଧିକାରୀ ଦଶରଥ ହେମ୍ବ୍ରମଙ୍କ ନିର୍ଦେଶାନୁଯାୟୀ ଫିରିଙ୍ଗିଆ ପୁଲିସର ଏକ ସ୍ୱତନ୍ତ୍ର ଟିମ ପାଟ୍ରୋଲିଂ କରୁଥିବା ସମୟରେ ଜାଜେଶପାଙ୍ଗାର ଅନିରୁଦ୍ଧ ସାହୁ ଏକ ମୋଟରସାଇକେଲରେ ୩୦ କିଲୋ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ପୋଲିସ ହାତରେ ଧରାପଡ଼ିଥିଲେ । ତେବେ ପୋଲିସ ଏହାକୁ ଜବତ କରିବା ସହ ଅଭିଯୁକ୍ତ ଅନିରୁଦ୍ଧଙ୍କୁ ଗିରଫ କରି ଫିରିଙ୍ଗିଆ ଥାନାରେ କେଶନଂ.୬୦/୨୧ ପ୍ରକାରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ତଦନ୍ତ କାରୀ ପୋଲିସ ଅଧିକାରୀ ସିଦ୍ଧାନ୍ତ କୁମାର ବେହେରା ସୂଚନା ପ୍ରଦାନ କରିଛନ୍ତି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.