ବାଇକ ସହ କାର ଧକ୍କା; ବାଇକ ଚାଳକ ଗୁରୁତର ।

0 246

ଭଞ୍ଜନଗର,୧୨/୧୦(ପିପିଟି): ଭଞ୍ଜନଗର ନିକଟ ନୂଆଗାଁ ବ୍ରିଜ ନିକଟରେ ବାଇକକୁ କାର ଧକ୍କା ଦେବା ଫଳରେ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି ଏବଂ ବାଇକଟି ଭାଙ୍ଗି ଚୁରମାର ହୋଇଯାଇଛି।ସୂଚନା ମୁତାବକ ତାରସିଂ ଥାନା ପୋଚା ଲୁଣ୍ଡି ଗ୍ରାମର ଶିବରାମ ନାୟକ(୨୩) କୌଣସି କାମରେ ନୂଆଗାଁ ଆସି ଫେରୁଥିଲେ। ଏହି ସମୟରେ ଭଞ୍ଜନଗର-ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ଛକ ନିକଟରେ ଏକ କାର ଆସି ତାଙ୍କ ବାଇକଟିକୁ ଧକ୍କା ଦେଇଥିଲା ଫଳରେ ଶିବରାମ ଛିଟକି ରାସ୍ତାରେ ପଡ଼ି ଗୁରୁତର ଆହତ ହୋଇଥିଲେ।କାରଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵ ବିଲରେ ପଶି ଯାଇଥିଲା।ଆହତ ଶିବରାମକୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲ ପଠାଇଥିଲେ। ତାର ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିଥିବାରୁ ତାକୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି। ହେଲେ ଦୁର୍ଘଟଣାଗ୍ରସ୍ତ କାରଟି ଘଟଣାସ୍ଥଳରୁ ଚାଲିଯାଇଥିବା ଜଣାପଡିଛି।ଖବର ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି।ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ବହୁ ଲୋକ ମୃତ୍ୟୁବରଣ କରିବା ସହ ଅନେକ ଆହତ ହେଉଥିବା ଜଣାପଡ଼ିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.