ବାଇକ ପୋଡ଼ିଲେ ଦୁର୍ବୁତ୍ତ ।

0 235

ଭଞ୍ଜନଗର,୦୬/୧୨(ପିପିଟି):ଗତ ରାତିରେ ଭଞ୍ଜନଗର ଥାନା ଅନ୍ତର୍ଗତ ରାମକୃଷ୍ଣ ନଗରରେ ଭଡ଼ାରେ ରହୁଥିବା ବିବେକାନନ୍ଦ ପ୍ରଧାନଙ୍କ ହୋଣ୍ଡା ବାଇକ ଟିକୁ କେହି ନିଆଁ ଲଗେଇ ଦେଇଥିଲା। ବିବେକାନନ୍ଦ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରେ ଯୁକ୍ତ ତିନି ବିଜ୍ଞାନ ଛାତ୍ର ଭାବେ ଏଠାରେ ରହି ଅଧ୍ୟୟନ କରୁଛନ୍ତି।ସେ ଗତ ଦୁଇ ମାସ ହେବ ଏଠାରେ ଅନ୍ୟ ଦୁଇଜଣ ସହପାଠୀଙ୍କ ସହ ରହୁଛନ୍ତି। ଗତ ରାତିରେ ତିନୋଟି ଗାଡ଼ି ଘର ସାମ୍ନାରେ ଥିବା ବେଳେ କେହି ବିଳମ୍ବିତ ରାତିରେ ଆସି ମଝିରେ ଥିବା ବିବେକାନନ୍ଦଙ୍କ ବାଇକ ଟିକୁ ଟାଣିନେଇ ନିଆଁ ଲଗେଇ ଦେଇ ଚାଲି ଯାଇଥିଲା।ରାତି ପ୍ରାୟ ୩ଟା ସମୟରେ ପୋଡ଼ା ଗନ୍ଧ ହେବାରୁ ଛାତ୍ରମାନେ ବାହାରକୁ ଆସି ବାଇକଟି ଜଳୁଥିବା ଦେଖି ନିଆଁ ଲିଭାଇବାକୁ ଚେଷ୍ଟା କଲାବେଳକୁ ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା। ଆଜି ସକାଳେ ବିବେକ ଭଞ୍ଜନଗର ଥାନାରେ ଏସମ୍ପର୍କରେ ଅଭିଯୋଗ କଲାପରେ ପୁଲିସ ଆସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସିସି କ୍ୟାମେରା ଫୁଟେଜକୁ ଯାଞ୍ଚ ବେଳେ ଦୁର୍ବୁତ୍ତ ସମ୍ପର୍କରେ କୌଣସି ସଠିକ ସୂଚନା ମିଳିପାରି ନଥିବା ଜଣାପଡିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.