ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର ।

0 278

ଭଞ୍ଜନଗର,୧୬/୧୦(ପିପିଟି): ଭଞ୍ଜନଗର ଥାନା ଅନ୍ତର୍ଗତ ଜି. ରମ୍ଭା ଠାରେ ବାଇକ ଦୁର୍ଘଟଣାଗ୍ରସ୍ତ ହେବାରୁ ଯୋଗୀମାରି ଗ୍ରାମର ଜଗଦୀଶ ବିଷୋୟୀ(୪୫) ଗୁରୁତର ଆହତ ହୋଇଥିଲେ।ଜଗଦୀଶ କୌଣସି କାମରେ ଫୁଲବାଣୀ ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ସେ ବାଇକରୁ ପଡ଼ି ଆହତ ହୋଇଥିଲେ।ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡ଼ିକାଲକୁ ପଠାଇଥିଲେ। ହେଲେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.