ଭଞ୍ଜନଗର,୧୦/୧୦(ପିପିଟି): ଭଞ୍ଜନଗର ଠାରୁ ସୋରଡ଼ା ରାସ୍ତାର ଗୋପାଳପୁର ଶାସନ ସୋରିଷ ବିଲି ତୋଟା ନିକଟ ବୁଲାଣି ରାସ୍ତାରେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାରେ ମାମୁଁ ଓ ଭଣଜା ଆହତ ହୋଇଛନ୍ତି।ଉଭୟଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲ ପଠେଇଥିଲେ।ହେଲେ ମାମୁଁଙ୍କ ଶରୀରର ବିଭିନ୍ନ ଅଂଶରେ ଭୀଷଣ ଆଘାତ ଲାଗିଥିବାରୁ ତାକୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି। ସୂଚନା ମୁତାବକ ଜଗନ୍ନାଥ ପ୍ରସାଦ ବ୍ଲକ ଭୁକ୍ତାଭୂଇଁ ଗ୍ରାମର ଶିବ ଶଙ୍କର ନାୟକ(୨୫) ଓ ତାର ଭଣଜା ପ୍ୟାରୀ ମୋହନ(୧୫)ଦୁହେଁ ବାଇକରେ ସୋରଡ଼ା ଠାରେ ଏକ ଭୋଜିରେ ଯୋଗଦେଇ ଅପରାହ୍ନ ୪ଟା ବେଳେ ନିଜ ଗ୍ରାମକୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଉଭୟେ ରାସ୍ତା ଉପରେ କଚାଡି ହୋଇ ପଡ଼ିବା ଫଳରେ ଗୁରୁତର ଆହତ ହୋଇଥିବା ଜଣାପଡିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )