ବାଇକ ଦୁର୍ଘଟଣାରେ ବିଜେପି ବିଧାୟକ ପ୍ରାର୍ଥୀ ଓ ସହଯୋଗୀ ଗୁରୁତର ।

0 384

ଭଞ୍ଜନଗର,(ପିପିଟି ନ୍ଯୁଜ୍)୦୨/୦୬,ଗତକାଲି ରାତି ପ୍ରାୟ ୯ଟା ସମୟରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ କୁମାର ନାୟକ ଓ ତାଙ୍କ ସହଯୋଗୀ ଟିଟୁ ପ୍ରଧାନ ଉଭୟେ ବାଇକ ଯୋଗେ ଜଗନ୍ନାଥ ପ୍ରସାଦରୁ ଭଞ୍ଜନଗର ଫେରୁଥିବା ବେଳେ ବେଳଗୁଣ୍ଠା ନିକଟ ଉଢ଼ରା ଠାରେ ହଠାତ୍ ଏକ ଗାଈ ଗାଡ଼ି ସାମ୍ନାକୁ ଆସି ବାଇକ ସହ ଧକ୍କା ହେବାରୁ ଦୁହେଁ ରାସ୍ତା ଉପରେ ପଡ଼ି ଗୁରୁତର ଆହତ ହୋଇଥିଲେ।ସେମାନଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଭଞ୍ଜନଗର ମେଡିକାଲ କୁ ପଠେଇଥିଲେ।ଏଠାରେ ଟିଟୁ ର ଚିକିତ୍ସା ପରେ ସେ ଘରକୁ ଫେରିଥିବା ବେଳେ ଶ୍ରୀ ନାୟକଙ୍କ ଗୋଡ଼ରେ ଆଘାତ ଲାଗିଥିବାରୁ ତାଙ୍କୁ ଭୁବନେଶ୍ୱର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.