ଭଞ୍ଜନଗର,୨୨/୦୭(ପିପିଟି); ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବରାଡ଼ି ଗ୍ରାମର ଶିବ ମନ୍ଦିର ନିକଟରେ ଦୁଇ ବାଇକ ଆଗ ପଛହୋଇ ଭଞ୍ଜନଗରରୁ ଗାଲେରୀ ମୁହାଁ ହୋଇ ଯାଉଥିବା ବେଳେ ଆକ୍ସିଡେଣ୍ଟ ହୋଇ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାଇ ବାଇକ ଦୁଇଟି ଆଗପଛ ହୋଇ ଯାଉଥିବା ବେଳେ ସେଠାରେ ଥିବା ହମ୍ପସ ଯୋଗୁଁ ଆଗରେ ଥିବା ବାଇକର ବ୍ୟକ୍ତି ଜଣକ ଗାଡି ବ୍ରେକ ଦେଇ ହମ୍ପସ ପାର ହେଉଥିବା ବେଳେ ପରିବାର ନେଇ ଆସୁଥିବା ପଛରେ ବାଇକ ର ବ୍ୟକ୍ତିଜଣକ ଆଗରେ ଥିବା ଗାଡି ପଛପଟକୁ ପିଟିଦେଇଥିଲା ଜାହା ଫଳରେ ପଛରେ ଆସିଥିବା ବାଇକ ଵାଲାର ସ୍ତ୍ରୀ, ଛୁଆ ଦୁଇଙ୍କୁ ଆଘାତ ଲାଗିବାରୁ ଆହତ ହୋଇ ଯାଇଥିବା ଖବର ମିଳିଛି । ଖବରପାଇ ସ୍ତାନୀୟ ଲୋକେ ଉଦ୍ଧାର କରି ଏକ ଅଟୋ ଯୋଗେ ଭଞ୍ଜନଗର ମେଡିକାଲକୁ ପଠାଯାଇଥିବା ସୂଚନା ମିଳିଛି । ଦୁଇ ବାଇକ ମଧ୍ୟରୁ ଜଣେ ସମ୍ବରଡା ଗ୍ରାମର ହୋଇଥିବା ବେଳେ ପରିବାରକୁ ନେଇ ଯାଉଥିବା ବ୍ୟକ୍ତି ଜଣକ ବେଲଗୁଣ୍ଠା ଥାନା ଅନ୍ତର୍ଗତ ତାମରଡା ଗ୍ରାମର ର ବୋଲି ସୂଚନା ମିଳିଛି ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )