ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ,ଜଣେ ଗୁରୁତର ।

0 473

ଭଞ୍ଜନଗର,୧୯/୦୫(ପିପିଟି): ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆ ଗୁଡା ଗ୍ରାମର ମିଟୁ ପ୍ରଧାନଙ୍କ ପୁଅ ଦୀପକ ପ୍ରଧାନ(୨୪) ସନ୍ଧ୍ୟା୭ଟା ସମୟରେ ବାଇକରେ ଯାଉଥିବା ବେଳେ ସେହି ଗ୍ରାମର ବିମଳ ପ୍ରଧାନ(୪୫) ଚାଲି ଚାଲି ଯାଉଥିବା ବେଳେ ତାଙ୍କୁ ପଛପଟୁ ଧକ୍କା ଦେଇଥିଲେ।ଫଳରେ ଉଭୟେ ରାସ୍ତାରେ ପଡ଼ି ଗୁରୁତର ଆହତ ହୋଇଥିଲେ।ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲକୁ ଚିକିତ୍ସା ପାଇଁ ପଠେଇଥିଲେ।ହେଲେ ଏଠାରେ ଡାକ୍ତର ବିମଳକୁ ମୃତ ଘୋଷଣା କରିଛନ୍ତି।ଖବର ପାଇ ଗାଙ୍ଗପୁର ପୁଲିସ ଶବ ଜବତ କରି ତଦନ୍ତ ଚଳାଇଥିବା ଜଣାପଡିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.