ବୋଲଗଡ,୦୩/୦୭(ପିପିଟି):ବୋଲଗଡ ବ୍ଲକ ଅନ୍ତର୍ଗତ ସାନପଦର ଠାରେ ପାସେଞ୍ଜର ହଲ୍ଟ ନିର୍ମାଣ ହେବା ପାଇଁ
ଭାରତ ସରକାରଙ୍କ ରେଳବିଭାଗ ବୋର୍ଡ ପକ୍ଷରୁ ବିଧିବଦ୍ଧଭାବେ ଚିଠି ପ୍ରକାଶ ପାଇଛି l କେନ୍ଦ୍ର ସରକାରଙ୍କ ପୂର୍ବ ତଟ ରେଳ ବିଭାଗର ଚିଠି ନମ୍ବର ୨୦୧୭ଟିଜି – ଆଇଭି/୧/ଇ କୋ ଆର୍/୨/ଏମ ଆର ୦୩/୦୮/୨୦୨୩ ଅନୁଯାଇ ସାନପଦର ଗ୍ରାମଠାରେ ପାସେଞ୍ଜର ହଲ୍ଟ (ରେଳ ରହଣି) ପାଇଁ ବିଧିବଦ୍ଧଅନୁମତି ମିଳିଅଛି l ସାନପଦର ଆଞ୍ଚଳିକ କ୍ରିୟାଅନୁଷ୍ଠାନ ତରଫରୁ ୨୦୧୭ମସିହାରେ ଦାବିରହିଥିବା ବେଳେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଚଳିତ ବର୍ଷ ୨୦/୦୪/୨୦୨୩ ରିଖରେ ଜେନେରାଲ ମ୍ୟାନେଜର ଇଷ୍ଟକୋଷ୍ଟ ରେଳ ବିଭାଗ ଭୁବନେଶ୍ୱରକୁ ପାସେଞ୍ଜର ହଲ୍ଟ ପାଇଁ ଚିଠି ଲେଖିଥିଲେ l ଏହି କ୍ରମରେ ଚଳିତ ବର୍ଷ ୧୧/୦୭/୨୦୨୩ ରିଖରେ ଭୁବନେଶ୍ୱର ପୂର୍ବତଟ ରେଳ ବିଭାଗର ଜେନେରାଲ ମ୍ୟାନେଜର ଭାରତ ସରକାରଙ୍କ ରେଲୱେ ବୋର୍ଡକୁ ସୁପାରିଶ କରିଥିଲେ l ଭାରତ ସରକାରଙ୍କ ରେଳ ବିଭାଗର ଡାଇରେକ୍ଟର(ମୁଖ୍ୟ ପରିଚାଳକ )
ସୁମିତ ସିଂ ତା ୦୩/୦୮/୨୦୨୩ ରେ ପାସେଞ୍ଜର ହଲ୍ଟ କରିବା ପାଇଁ ବିଧିବଦ୍ଧ ଅନୁମତି ପ୍ରଦାନ କରିଅଛନ୍ତି। ତେଣୁ ସାନପଦର ସରପଞ୍ଚ ବୈକୁଣ୍ଠ ଚରଣ ସ୍ୱାଇଁ, ସମିତି ସଭ୍ୟ ଦିଲ୍ଲୀପ କୁମାର ମହାପାତ୍ର , ବିଜେପି ମହିଳା ମୋର୍ଚ୍ଚା ପିଚୁକୁଳି ମଣ୍ଡଳ ସଭାନେତ୍ରୀ ପ୍ରତିମାରାଣୀ ସାହୁ ଅଜୟ ମଙ୍ଗରାଜ, ମଧୁସୂଦନ ସାମନ୍ତରାୟ, ଅର୍ଜୁନ ପଟ୍ଟନାୟକ, ଶ୍ରୀକାନ୍ତ ନାୟକ, ବିଜୟ କୁମାର ସାହୁ ସୁରେଶ ଚନ୍ଦ୍ର ମହାପାତ୍ର, ଶିବୁ ଦାସ, ସୁରେଶ ନାୟକ,ସାମ୍ବାଦିକ ସତ୍ୟନାରାୟଣ ବାରିକ ସମେତ ଅଂଚଳବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସାଂସଦ ଅପରାଜିତା ଷଡ଼ଙ୍ଗୀ,କେନ୍ଦ୍ର ରେଲୁ୍ୱେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଅଛନ୍ତି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)