ବହାଘର ଭୋଜିରେ ତହସିଲଦାର ଓ ପୋଲିସ ମିଳିତ ଚଢ଼ଉ ଅୟୋଜକଙ୍କ ନାମରେ ମାମଲା ରୁଜ୍ଜୁ।

0 348

ଶେରଗଡ,୨୪/୦୫(ପିପିଟି); ରାଜ୍ୟ ସରକାର ପକ୍ଷରୁ ଲକ୍ ଡ଼ାଉନ୍ ଓ ସଟ୍ ଡ଼ାଉନ୍ ଘୋଷଣା ପରେ ମଧ୍ୟ ଅମାନିଆଙ୍କ ମନ ମାନୁନି । କରୋନା ଗାଇଡ଼ ଲାଇନ ଅନୁଯାଇ ୨୫ ଜଣଙ୍କୁ ବିବାହ ର ଆୟୋଜନ ଥିଲେ ମଧ୍ୟ ଶେରଗଡ଼ ବ୍ଲକ ର ଅନେକ ଗ୍ରାମାଞ୍ଚଳରେ ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଶେରଗଡ଼ ତହସିଲ ଓ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଫାଇନ ଆଦାୟ କରିବା ସହ ମାମଲା ରୁଜ୍ଜୁ କରାଯାଇଥିଲେ ମଧ୍ୟ ଏହା ଫଳ ସ୍ୱରୂପ ଶୂନ୍ୟ । ଆଜି ପୁଣି ଏକ ଭୋଜି ଆସର ଦେଖିବାକୁ ମିଳିଛି । ଶେରଗଡ ବ୍ଳକ ଅନ୍ତର୍ଗତ ତକରଡ଼ା ଗ୍ରାମ ପଞ୍ଚାୟତର ଚିକିଲି ଗାଁ ରେ ବାହାଘର ଭୋଜି ଚାଲିଥିବା ଖବର ପାଇ ଶେରଗଡ ତହସିଲଦାର ଡ଼ ଦୟାସିନ୍ଧୁ ପରିଡ଼ା ଓ ଥାନା ଅଧିକାରିଣୀ ମମତା ସାମନ୍ତରାୟ ସଦଳବଳେ ଉକ୍ତ ଗ୍ରାମରେ ପହଞ୍ଚି ଭୋଜିକୁ ବନ୍ଦ କରିବା ସହ ରନ୍ଧା ଖାଦ୍ୟ ଲୋକଙ୍କୁ ଘରେ ବାଣ୍ଟିବା ବ୍ଯବସ୍ଥାଗ୍ରହଣ କରିଥିଲେ । ଭୋଜିର ଆୟୋଜକ ହରିହର ବେହେରାଙ୍କ ନାମରେ ଶେରଗଡ ଥାନାରେ ଏତଲା ଦିଆ ଯାଇଛି ଗଞ୍ଜାମ ଜିଲ୍ଲାରେ କରୋନା ବେକାବୁ ହେଉଥିବା ବେଳେ ଶହ ଶହ ଲୋକ ଆକ୍ରାନ୍ତ ହୋଇ ବହୁ ଲୋକ ମୃତ୍ୟୁ ବରଣ କରୁଥିଲେ ମଧ୍ୟ ଗାଁ ଗହଳିରେ ଜନସାଧାରଣ ସଚେତନତା ନଥିବା ଜଣାପଡିଛି ଭୋଜି ଭାତର ଆସର ଅଧିକ ରୁ ଅଧିକ ପ୍ରତିଦିନ କୋଭିଡ଼ ନିୟମ ଉଲ୍ଲଘଂନ କରି ଚାଲୁଥିବା ଖବର ମିଳୁଛି । ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.