ବସୁଧା ସହରାଞ୍ଚଳ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ କଲେ ମନ୍ତ୍ରୀ ଆରୁଖ ।

0 375

ଭଞ୍ଜନଗର,୧୧/୦୧(ପିପିଟି): ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ୱାର୍ଡକୁ ପାନୀୟ ଜଳ ଯୋଗାଣର ଉନ୍ନତିକରଣ ସକାଶେ ମଙ୍ଗଳବାର ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କ ରୋଡ଼ ଠାରେ ମୋଟ ୩କୋଟି ୨୦ଲକ୍ଷ ୪୨ହଜାର ଟଙ୍କା ବ୍ୟୟରେ ବସୁଧା ଜଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।ପୂର୍ବରୁ ଜଳ ବିଶୋଧନାଗାର ର କ୍ଷମତା ୨୨ଲକ୍ଷ ୫୦ହଜାର ଲିଟର ଥିବା ବେଳେ ନୂତନ ପ୍ରକଳ୍ପରେ ତାହା ୪୦ଲକ୍ଷ ଲିଟରକୁ ବୃଦ୍ଧି ପାଇବ। ବର୍ତ୍ତମାନ ସୁଦ୍ଧା ସହରରେ ମୋଟ ୪୩୬୭ଘରକୁ ପାନୀୟ ଜଳ ଯୋଗାଣ ହେଉଥିବା ବେଳେ ୱାର୍ଡ ନଂ ୧,୨,୬,୭,୧୦,୧୨ ଓ ୧୩ରେ ନୂତନ ସଂଯୋଗୀକରଣ କାର୍ଯ୍ୟ ଚାଲିଛି। ଏହା ଦ୍ୱାରା ସହରବାସୀ ଜଳକଷ୍ଟରୁ ମୁକ୍ତି ପାଇପାରିବେ ବୋଲି ମନ୍ତ୍ରୀ ଆରୁଖ କହିଥିଲେ।ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ପୂର୍ବତନ ଏନ୍ଏସି ନଗରପାଳ ସୁଧୀର ରଞ୍ଜନ ବେହେରା, ଉପ ନଗରପାଳ ରାଜେନ୍ଦ୍ର ବିଷୋୟୀ, ନିର୍ବାହୀ ଯନ୍ତ୍ରୀ ବିନୟ କୁମାର ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ନିତ୍ୟାନନ୍ଦ ବେହେରା ଉପସ୍ଥିତ ଥିଲେ। ସମାଜସେବୀ ଶୂଳପାଣି ଶତପଥି କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.