ବସୁଧା ଯୋଜନାରେ ଲୋକେ ଉପକୃତ ହେବା ବଦଳରେ ହୀନସ୍ତା, ପାଣି ମୋଟର ଡୁପ୍ଲିକେଟ ହୋଇଥିବାରୁ ଠିକ୍ ସେ ପାଣି ମିଳୁନଥିବା ଅଭିଯୋଗ ।
ଦିଗପହଣ୍ଡି, ୦୭/ ୧୨(ପିପିଟି); ପାନୀୟ ଜଳ ସମସ୍ୟା କୁ ସୁଧାର କରିବା ପାଇଁ ରାଜ୍ୟ ସରକାର ବସୁଧା ଯୋଜନାରେ ଲୋକ ମାନଙ୍କୁ ପାନୀୟ ଜଳ ଯୋଗାଇଥାନ୍ତି । ହେଲେ ଅତି ଦୁଃଖର ବିଷୟ ବସୁଧା ଯୋଜନା ଖାଲି ଯୋଜନାରେ ହିଁ ରହିଗଲା ଲୋକେ କଣ ଉପକୃତ ହେବେ ଖାଲି ହଟହଟା ହେଉଥିବା ପରିଲକ୍ଷିତ ହେଉଛି । ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଗୋକର୍ଣପୁର ପଞ୍ଚାୟତ ଅନ୍ତର୍ଗତ ଅନଙ୍ଗପୁର ଗ୍ରାମ ସେହି ଗ୍ରାମରେ ବସୁଧା ଯୋଜନାରେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଛି । ହେଲେ ଅତି ଦୁଃଖର ବିଷୟ ଲୋକ ମାନଙ୍କୁ ପାଣି କେବେ ଭଲସେ ମିଳୁନି । ଯେତେ ବେଳେ ଲୋକେ ପାଣି ପାଇଁ ଅଭିଯୋଗ କରିବେ ମୋଟର ଖରାପ ହୋଇଯାଇଛି ବୋଲି କୁହାଯାଉଛି । ଗ୍ରାମର ଲୋକ ମାନଙ୍କ ଠାରୁ ଚାନ୍ଦା ଆଦାୟ କରି ମୋଟର ତିଆରି କରାଯାଉଛି । ପୁଣି ୪ ରୁ ୫ ଦିନ ଚାଲିଲା ପରେ ଆଉ ପାଣି ଆସୁନି । ହେଲେ ଏଠି ସାଧାରଣ ରେ ପ୍ରଶ୍ନ ଉଠୁଛି ପାଣି ମୋଟର ଯଦି ଖରାପ ହୁଏ ଲୋକେ ତିଆରି କରିବେ କି । ଯଦି ତିଆରି କଲେ ୪ ଦିନରେ ଖରାପ କେମିତି ହେଉଛି । ଏହା ଏକ ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି । ଏମିତି ଅନେକ ଗ୍ରାମ ଅଛି ଲୋକେ ପାଣି ପାଇଁ ଛଟପଟ ହେଉଛନ୍ତି ହେଲେ ବିଭାଗୀୟ କର୍ତ୍ତୃପକ୍ଷ ଅଚିନ୍ତାରେ କୁମ୍ଭକର୍ଣ ନିଦ୍ରାରେ ସୋଇରହିଛନ୍ତି । ନା ଅଛି କୌଣସି ଚିନ୍ତା ନା ଅଛି କାହାର ଭୟ । ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ପ୍ରଶାସନ ନିରବ ଦ୍ରଷ୍ଟା ପାଲଟିଛନ୍ତି । ଲୋକ ମାନଙ୍କ ହିତ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି ହେଲେ ଏ ଯୋଜନା ଖାଲି ଯୋଜନାରେ ରହିଯାଉଛି କାର୍ଯ୍ୟକାରୀ କେବେ ହେବ ଏହା ବଡ଼ ପ୍ରଶ୍ନ ।
(ରିପୋର୍ଟ- ଆରତ କୁମାର ହୋତା। )