ବରିଷ୍ଠ ସାମ୍ବାଦିକ ଦୀପକ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ଦୀପଦାନ ।

0 50

ଜଗତସିଂହପୁର,ତା୨୧/୦୪(ପିପିଟି); ଜଗତସିଂହପୁର ଜିଲ୍ଲାରେ କରୋନାର ଦ୍ଵିତୀୟ ପର୍ଯାୟ  ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି।ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ସଚେତନତା ମୂଳକ ପଦକ୍ଷପ ମାନ ନିଆଯାଉଛି। ଜଗତସିଂହପୁର ଜିଲ୍ଲାର ଜ଼ୀଟିଭି  ସାମ୍ବାଦିକ ଦୀପକ ମହାନ୍ତି ଓ ତାଙ୍କ ସ୍ତ୍ରୀ ରେଶମା ମହାନ୍ତି କରୋନା ସଂକ୍ରମଣ ରେ ସଂକ୍ରମିତ ହୋଇ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି। ତାଙ୍କର ଆଶୁ ଆରୋଗ୍ୟ କାମନା କରି ଜଗତସିଂହପୁର ସାମ୍ବାଦିକ ୟୁନିୟନ ପକ୍ଷରୁ ସ୍ଥାନୀୟ ଟାଉନହଲସ୍ଥିତ ରାମ ମନ୍ଦିରରେ ପବିତ୍ର ରାମ ନବମୀ ତିଥିରେ ଦୀପ ଜାଳି ଆଶୁ ଆରୋଗ୍ୟ କାମନା କରିଛନ୍ତି। ସାମ୍ବାଦିକ ୟୁନିୟନର ସଭାପତି ଶୁଭଙ୍କର ଜେନା,ଉପସଭାପତି ତପନ ରାଉତରାୟ,ସମ୍ପାଦକ ଜ୍ୟୋତିରଞ୍ଜନ ପରିଡା,ତାରାପଦ ମହାନ୍ତି,ପ୍ରତାପ କୁମାର ସିଂହ,ପ୍ରଶାନ୍ତ ମଲିକଙ୍କ ସମେତ ୟୁନିୟନର ସମସ୍ତ ସାମ୍ବାଦିକ ଓ କର୍ମକର୍ତ୍ତା ଉପସ୍ଥିତ ରହି ସମୂହ ଦୀପଜାଳି ସାମ୍ବାଦିକ ମହାନ୍ତିଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।

 

(ରିପୋର୍ଟ- ପ୍ରତାପ କୁମାର ସିଂହ। )

Leave A Reply

Your email address will not be published.