ବରିଷ୍ଠ ଶିକ୍ଷାବିତ୍ତଙ୍କ ପରଲୋକ ।

0 142

ପୋଲସରା -୧୦/୦୨(ପିପିଟି) ଗଞ୍ଜାମ ଜିଲ୍ଲାର ପଞ୍ଚାମା ଗ୍ରାମର ଜଣାଶୁଣା ଶିକ୍ଷାବିତ୍ତ ଟି .କୃଷ୍ଣମୂର୍ତି ଆଚାରୀଙ୍କ ୭୦ବର୍ଷ ବୟସରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ନିକଟରେ ସ୍ବଧର୍ମଣୀଙ୍କ ସହ ଚାରି ପୁତ୍ର, ପୁତ୍ରବଧୁ, ଝିଅ ଜ୍ବାଇଁ ,ନାତି ନାତୁଣୀ ଏବଂ ବହୁ ଆତ୍ମୀୟ ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ । ପୁରୁଷୋତ୍ତମପୁର ତରାତାରିଣୀଙ୍କ ପୀଠ ନିକଟସ୍ଥ ଗଙ୍ଗାପୁର ଗ୍ରାମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ କାମ କରିବା ସହ ସେହିଠାରେ ହିଁ ଅବସର ଗ୍ରହଣ କରିଥିଲେ । ସେ ଜଣେ ଭଦ୍ର ,ବନ୍ଧୁ ବଛଳ ଓ ସମସ୍ତଙ୍କ ପ୍ରିୟ ଥିଲେ । ତାଙ୍କରି ମୃତ୍ୟୁରେ ପଞ୍ଚମା ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।
( ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା )

Leave A Reply

Your email address will not be published.