ବରିଷ୍ଠ ଶିକ୍ଷକଙ୍କ ଅକାଳ ବିୟୋଗ ।

0 188

ଭଞ୍ଜନଗର,୨୫/୦୧(ପିପିଟି); ଭଞ୍ଜନଗର ବ୍ଳକ ଗୁଜୁରାଳି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏସ୍ .ମୋହନ ରାଓ ପାତ୍ରଙ୍କର ରବିବାର ସଂଧ୍ୟା ୬.୩୦ ମିନିଟ୍ ସମୟରେ ଭୂବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ସେ ଗତ ୧୭ ଦିନ ହେଲା ସ୍ବାସ୍ଥ୍ୟ ରେ ଅବନ୍ନତି ହେତୁ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ସେ ଆସନ୍ତା ଫେବୃୟାରୀ ମାସରେ ଚାକିରୀରୁ ଅବସର ନେଇଥାନ୍ତେ । ଏହି ଦୁଃଖଦ ଖବର ଶୁଣିବା ପରେ ବି.ଇ.ଓ ଏସ୍. ଧନଞ୍ଜୟ, ଏ.ବି.ଇ.ଓ ସୂର୍ଯ୍ୟ ନାୟକ,ବି.ଆର୍.ସି.ସି ହୃଷିକେଶ ସ୍ବାଇଁ ଓ ସି.ଆର୍.ସି.ସି ସୁନିଲ କୁମାର ପାଣି ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ପ୍ରକାଶ ଥାଉ କି ମୋହନ ରାଓ ପାତ୍ର ଦୀର୍ଘ ତିରିଶି ବର୍ଷ ହେଲା ଶିକ୍ଷକତା କରିଆସୁଥିଲେ । ସେ ଖମାରେଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦଣ୍ଡିପଦର ପ୍ରାଥମିକ ବିଦ୍ୟାଳୟ ଆଦିରେ ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟ ତୁଲାଇବା ପରେ ସଂପ୍ରତି କୁଲାଡ କ୍ଳଷ୍ଟରର ଗୁଜୁରାଳୀ ପ୍ରାଥମିକ ବିଦ୍ୟାଳୟରେ ଲେଭଲ ଥ୍ରୀ ପ୍ରଧାନ ଶିକ୍ଷକ ରୂପେ ଶିକ୍ଷକତା କରିଆସୁଥିଲେ । ତାଙ୍କରି ବିୟୋଗରେ ଭଂଜନଗର ବ୍ଳକ ଶିକ୍ଷକ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.