ବରିଷ୍ଠ ବିଜେଡି ନେତା ତଥା ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡିଙ୍କ ଦେହାନ୍ତ; ବିଧାୟିକାଙ୍କ ଦୁଃଖ ପ୍ରକାଶ ।

0 455

କୋଦଳା,୧୬/୦୧(ପିପିଟି); ଶନିବାର ବେଗୁନିଆପଡ଼ା ବ୍ଳକ ଅଞ୍ଚଳର ବରିଷ୍ଠ ବିଜେଡି ନେତା ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡିଙ୍କ ଚିକିତ୍ସାଧିନ ଅବସ୍ଥାରେ ୬୩ ବର୍ଷ ବୟସରେ ଦେହାନ୍ତ ହୋଇଛି । ଗତ କିଛି ଦିନ ଧରି ସେ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ଚିକିତ୍ସିତ ହେଉଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଦୁଇଦିନ ଧରି ବିଶାଖାପାଟଣା ଠାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଆଜି ସକାଳେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ତିଆଡ଼ି ଜଣେ ସମାଜସେବୀ ଓ ବରିଷ୍ଠ ସଂଗଠକ ଭାବେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ପୂର୍ବରୁ ସେ ବହୁ ପାଦପଦବୀରେ କାର୍ଯ୍ୟ କରିଥିବା ବେଳେ ବର୍ତ୍ତମାନ ବେଗୁନିଆପଡ଼ା ବ୍ଳକ ୪୬ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ଏହି ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଏବଂ ରାଜନେତା ମାନେ ଶୋକ ପ୍ରକାଶ କରିଛନ୍ତି। ସ୍ବର୍ଗତ ତିଆଡ଼ିଙ୍କ ଦେହାନ୍ତ ଖବର ଶୁଣି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମର୍ମାହିତ ହେବା ସହ ସ୍ବର୍ଗତ ତିଆଡ଼ିଙ୍କ ଘରକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇ ଅମର ଆତ୍ମାର ସଦଗତି କାମନା କରିଥିଲେ । ଦଳ ପ୍ରତି ଓ ବେଗୁନିଆପଡ଼ା ବ୍ଲକ ପ୍ରତି ତାଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ବିଧାୟିକା ।ଏହି ସମୟରେ ବହୁ ରାଜନେତା ସ୍ବର୍ଗତ ତିଆଡ଼ିଙ୍କ ଘରକୁ ଯାଇ ଶେଷ ଦର୍ଶନ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.