ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଚିହ୍ନଟ ଶିବିର ।

0 232

କନ୍ଧମାଳ,୦୩/୦୨(ପିପିଟି): କନ୍ଧମାଳ ଜିଲ୍ଲା ଖଜୁରିପଡା ସଦରମହକୁମା ଠାରେ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିଷରରେ ବ୍ଳକର ବିଭିନ୍ନ ପଞ୍ଚାୟତର ବରିଷ୍ଠ ନାଗରିକ ଓ ଦିବ୍ୟାଙ୍କ ଚିହ୍ନଟ ଶିବିର ଆୟୋଜନ ହୋଇଯାଇଛି। ଏଥିରେ ଖଜୁରିପଡା ବ୍ଳକ ଅଧ୍ୟକ୍ଷ ବିରେନ୍ଦ୍ର କହଁର ଉଦ୍‍ଘାଟନ କରିଥିବାବେଳେ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ସୌଦାମିନି କହଁର, ଅତିରିକ୍ତ ବ୍ଳକ ଉନ୍ନୟନ ଅଧିକାରୀ ଦିବ୍ୟସିଂହ କହଁର ପ୍ରମୁଖ ଯୋଗ ଦେଇଥିଲେ। ଶିବିରରେ ଦିବ୍ୟାଙ୍ଗ ମାନଙ୍କୁ ଚିହ୍ନଟ କରାଯିବା ସହିତ ସେମାନଙ୍କୁ ଆବଶ୍ୟକୀୟ ଦିବ୍ୟାଙ୍ଗ ଉପକରଣ ଯୋଗାଇ ଦିଆଯାଇଛି। ଶିବିରରେ ୫୦ ଜଣ ଆବେଦନ କରିଥିବା ବେଳେ ସେଥିରୁ ୪୨ ଜଣଙ୍କୁ ଚୟନ କରାଯାଇଛି। ଚୟନ କରାଯାଇଥିବା ସମସ୍ତ ହୀତାଧିକାରୀଙ୍କୁ ଅତିଶୀଘ୍ର ସେମାନଙ୍କର ଉପକରଣ ମାନ ପ୍ରଦାନ କରାଯିବ ବୋଲି ବିଏସଏସଓ ତୃଷାରାଣୀ ନାୟକ କହିଛନ୍ତି।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ )

Leave A Reply

Your email address will not be published.