ବୋଲଗଡ଼,୦୧/୦୬(ପିପିଟି),ନନ୍ଦିଘୋଷ ଭବନ ପରିସରରେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସୋମବାର ପୂର୍ବାହ୍ନରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଗୋପିନାଥ ଖାଡେଙ୍ଗା ଆବାହକତ୍ବରେ ବିଦାୟକାଳୀନ ଥାନା ନିରୀକ୍ଷକ ଶେଖ୍ଆକବର ଅଲି ଖାଁଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆରମ୍ଭରୁ କୋଭିଡ୍ ନିୟମ ପାଳନକରି ଗୀତାଞ୍ଜଳି ମହାପାତ୍ର ବେଦପାଠ କରିଥିଲେ। ଶିକ୍ଷା ବିତ୍ ହରିବନ୍ଧୁ ସାହୁ ସ୍ୱାଗତ ଭାସଣ ଦେଇଥିବା ବେଳେ ରଘୁନାଥ ଦଳବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଆକବର ଅଲ୍ଲୀଙ୍କ କାର୍ଯ୍ୟକାଳ ମଧ୍ୟରେ ଆଇନ୍ ଶୃଙ୍ଖଳା ରକ୍ଷା କରିବା ସହ ବୋଲଗଡ଼ ଥାନା ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସୁରକ୍ଷା କରିଥିବା ଭୂମିକା ଉପରେ ଆଲୋକପାତ କରିଥିଲେ। ତତ୍ ସହିତ ଜିଲ୍ଲା ପୋଲିସ୍ ବାହିନୀ ପକ୍ଷରୁ ବୋଲଗଡ଼ ର ପଚାଶ ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ। ପରିଶେଷରେ ସହସମ୍ପାଦକ ବାଲ୍ମୀକି ବଳିଆରସିଂହ ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ। )