ବରିଷ୍ଠ କଂଗ୍ରେସ ନେତା ଭଜରାମ ପୋଲାଇଙ୍କ ପରଲୋକ ।

0 245

ଶେରଗଡ,୧୯/୧୨(ପିପିଟି):ଶେରଗଡ଼ ବ୍ଲକର ଜଣା ଶୁଣା ବରିଷ୍ଠ କଂଗ୍ରେସ ନେତା ଭଜରାମ ପୋଲାଇଙ୍କ ୯୭ ବର୍ଷ ବୟସରେ ଆଜି ସକାଳ ୧୧:୩୦ ମିନେଟ ସମୟରେ ନିଜ ପୈତୃକ ବାସଭବନ ଠାରେ ଦେହାନ୍ତ ଘଟଥିଲା । ସେ ୧୯୬୩ ମସିହାରେରେ କଂଗ୍ରେସ ତରଫରୁ ପ୍ରଥମେ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତରୁ ସରପଞ୍ଚ ଭାବେ ନିର୍ବାଚିତ ହୋଇ ନିଜର ରାଜନୈତିକ ଜୀବନ ଆରମ୍ଭ କରି ୪ ଥର ସରପଞ୍ଚ ଭାବେ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ସେ କଂଗ୍ରେସ ପକ୍ଷରୁ ୫୮ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଶେରଗଡ଼ ଅଞ୍ଚଳରେ ବେଶ ଜଣାଶୁଣା ବରିଷ୍ଠ ନେତା ଭାବେ ପରିଚିତ ଥିଲେ ସେ ଜଣେ ମେଳାପୀ ଓ ପର ଉପକାରୀ ସମାଜ ସେବୀ ଥିଲେ ଶ୍ରୀ ପୋଲାଇଙ୍କ ବିୟୋଗରେ ଶେରଗଡ଼ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.