ବାଲିଗୁଡ଼ା,୨୫/୦୭(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବରିଷ୍ଠ ଆଇନଜୀବୀ ତଥା ସରକାରୀ ଓକିଲ ଭାଗିରଥି ରାଉତରାୟଙ୍କ ଦେହାନ୍ତ ହୋଇଯାଇଛି । ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଦେହାନ୍ତ ହୋଇଯାଇଛି । ସେ ବାଲିଗୁଡା ରେ ଆଇନଜୀବୀ ତଥା ସରକାରି ଓକିଲ ଭାବେ ଦୀର୍ଘ ୪୦ବର୍ଷରୁ ଉର୍ଦ୍ଧ୍ଵ ଦିନ ଧରି କାର୍ଯ୍ୟ କରି ଆସୁଥିଲେ । ତାଙ୍କର ମରଶରୀରକୁ ନିଜ ଗ୍ରାମ ନୟାଗଡ ଜିଲ୍ଲା କନିପଦାକୁ ଆଣି ସେଠାରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି । ତାଙ୍କର ବିୟୋଗ ରେ ସମଗ୍ର ବାଲିଗୁଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)