ବନ ବିଭାଗ ପକ୍ଷରୁ ଶାଗୁଆନ କାଠ ଜବତ।

0 367

ବୋଲଗଡ଼,୦୧/୦୪(ପିପିଟି); ବୋଲଗୋଡ ବନପାଳ ଅଂଚଳର ଗୋପାଳିପଡା ଗ୍ରାମରେ ବୋଲଗଡ଼ ବନବିଭାଗ ପକ୍ଷରୁ ଅଚାନକ ଚଢାଉ କରାଯାଇ ଶାଗୁଆନ କାଠ ସହ ପଟା ଜବତ କରାଯାଇଛି। ସୂଚନାଯୋଗ୍ୟ ଗୋପାଳିପଡା ଗ୍ରାମର ଜଣେ ଜୈନିକ ବ୍ୟକ୍ତି ଶାଗୁଆନ କାଠ ସହ ପଟା ରଖିଥବା ର ବନବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କରିଥିଲେ । ଚଢାଉ ବେଳେ ଦଶଟି ଶାଗୁଆନ କାଠ ଗଣ୍ଡି, ୧୫ଖଣ୍ଡ ଶାଗୁଆନ ପଟା ଜବତ କରି ବୋଲଗଡ଼ ବନପାଳ କାର୍ଯ୍ୟାଳୟକୁ ଆଣିଥିଲେ। ବନପାଳ ପ୍ରଦୀପ୍ତ କୁମାର ପଟ୍ଟନାୟକ ତାଙ୍କ କର୍ମଚାରୀ ଏହି ଚଢଉ ରେ ସାମିଲ୍ ଥିଲେ କିନ୍ତୁ କୌଣସି ଆସାମୀ କୁ ଗିରଫ କରାଯାଇନଥିବା ସୁଚନା ମିଳିଛି।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ। )

Leave A Reply

Your email address will not be published.