ବନ ବିଭାଗ ପକ୍ଷରୁ ବୃକ୍ଷରେ ରକ୍ଷା ବନ୍ଧନ ।

0 310

ଭଞ୍ଜନଗର,୨୨/୦୮(ପିପିଟି); ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ଗାଲେରୀ ସଂରକ୍ଷିତ ଜଙ୍ଗଲ ଠାରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ନିଆରା ଢଙ୍ଗରେ ବିଭିନ୍ନ ବୃକ୍ଷରେ ରାକ୍ଷୀ ବାନ୍ଧିଛନ୍ତି ବନ ବିଭାଗ କର୍ମଚାରୀ। ମଣିଷ ସମାଜକୁ ଧ୍ବଂସ ମୁଖରୁ ରକ୍ଷା ପାଇବା ପାଇଁ ବୃକ୍ଷ ହିଁ ଏକମାତ୍ର ଭରସା।ବୃକ୍ଷ ସଦା ସର୍ବଦା ଆମକୁ ସୁରକ୍ଷା ଦେଇ ଆସିଛି ତେଣୁ ବୃକ୍ଷର ସୁରକ୍ଷା ପାଇଁ ଜନ ସଚେତନସୃଷ୍ଟି କରିବା ଉଦ୍ଦେଶ୍ୟରେ ବନ ବିଭାଗ ଏଭଳି ପଦକ୍ଷେପ ଗ୍ରହଣ କରିଛି।ରାକ୍ଷୀ ଗୁଡ଼ିକ ସାଧାରଣତଃ ବିଭିନ୍ନ ମଞ୍ଜି, ଫୁଲ, ପତ୍ର ଓ ଝୋଟ ଦଉଡ଼ି ରେ ପ୍ରସ୍ତୁତ ହୋଇଥିଲା। ଏସବୁକୁ ଏସିଏଫ ସୁଦର୍ଶନ ବାଦୀ, ପୂର୍ବତନ ରେଞ୍ଜର ଅନୁପମ ବାନାର୍ଜୀ,ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ,ବଂଶୀଧର ବିଷୋୟୀ, ସୁଶାନ୍ତ ମିଶ୍ର,ସଙ୍ଗିତା ପଟ୍ଟନାୟକ ସମେତ ବନ ସୁରକ୍ଷା ସମିତିର ସଦସ୍ୟ ମାନେ ଉପସ୍ଥିତ ରହି ବିଭିନ୍ନ ବୃକ୍ଷରେ ରାକ୍ଷୀ ବାନ୍ଧିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.