ବନ ବିଭାଗ ଦ୍ବାରା ମହିଳାମାନଙ୍କୁ ଉଜାଲା ଗ୍ୟାସ ବଣ୍ଟନ ।

0 318

ମାଲକାନଗିରି,୨୫/୧୨(ପିପିଟି): ମାଥିଲି ବନାଞ୍ଚଳ ଅନ୍ତର୍ଗତ ଗୋବିନ୍ଦପାଲି ନିକଟସ୍ଥ ଗୌଡପୁଟ ବାନସୁରକ୍ଷା ସମିତି ଅଞ୍ଚଳରେ ପ୍ରଧାନ ମନ୍ତ୍ରୀ ଉଜାଲା ଗ୍ୟାସ ଯୋଜନାରେ ମହିଳାମାନଙ୍କୁ ଉଜାଲା ଗ୍ୟାସ ବଣ୍ଟନ କରାଯାଇଛି । ଏହି କାର୍ଯ୍ଯକ୍ରମରେ ମାଥିଲି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ ଉପସ୍ଥିତ ରହି ଗୌଡ଼ାପୁଟ ଗ୍ରାମର ୬ ଜଣ ଓ କରଦାଗୁଡ଼ା ଗ୍ରାମର ୪ ମହିଳାଙ୍କୁ ରନ୍ଧନ ଗ୍ୟାସ ପ୍ରଦାନ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ଗୋବିନ୍ଦ ପଲ୍ଲୀ ବନପାଳ ଫକୀର ଚରଣ ମାହାଲି, ଆମ ଜଙ୍ଗଲ ଯୋଜନା ଉନ୍ନୟନ ଅଧିକାରୀ ହୃଷୀକେଶ ପଣ୍ଡା, ବଂଶୀଧର ଆନୁଗୁଳିଆ ,ସୃଷ୍ଟି ଅନୁଷ୍ଠାନର କର୍ମକର୍ତ୍ତା କିଶୋର ବାବୁ ଓ ସୁରଜ କୁମାର ମାଝୀ ଉପସ୍ଥିତ ରହି ଗ୍ଯାସକୁ କିପରି ବ୍ୟବହାର କରାଯିବ ମହିଳାମାନଙ୍କୁ ବୁଝାଇ ଥିଲେ। ସେହି ପରି ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହ କାମ କରିବା ସହ ଜଙ୍ଗଲ ସୁରକ୍ଷା କରିବା ପାଇଁ ବନାଞ୍ଚଳ ଅଧିକାରୀ ଶ୍ରୀ ନାୟକ ସଚେତନ କରାଇଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.