ବନ କର୍ମଚାରୀଙ୍କ ଦ୍ବାରା ୧୫୦ କଇଁଛ ଉଦ୍ଧାର ।

0 371

ମାଲକାନଗିରି,ତା:୦୩/୦୬(ପିପିଟି) ଆଜି କାଲିମେଳା ବନ କର୍ମଚାରୀ ମାନଙ୍କ ଦ୍ବାରା ୧୫୦ ଗୋଟି ମଧୁର ଜଳ କଇଁଛ ଉଦ୍ଧାର କରାଯାଇଥିବା ବେଳେ ଦୁଇଟି ମୋଟର ସାଇକଲକୁ ଜବତ କରାଯାଇଛି । ଘଟଣାରୁ ପ୍ରକାଶ ଯେ କାଲିମେଳା ଅଞ୍ଚଳର କେତେକ କଇଁଛ ବ୍ଯବସାୟୀ ଆନ୍ଧ୍ର ପ୍ରଦେଶରୁ କଇଁଛ ଆଣି ମାଲକାନଗିରି ଜିଲ୍ଲାରେ ଚୋରାରେ ବିକ୍ରୟ କରି ବେଶ ଦୁଇ ପଇସା ଉପାର୍ଜନ କରୁଥିବା ବେଳେ ସେମାନଙ୍କ ଧରିବା ପାଇଁ କାଲିମେଳା ବନ କର୍ମଚାରୀମାନେ ସର୍ବଦା ଜାଲ ବିଛାଇ ଥାନ୍ତି । ଆଜି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଟିଗଲ ପଞ୍ଚାୟତର ଏମପିଭି-୬୫ ଗ୍ରାମକୁ ଯାଇଥିବା ବେଳେ ଫରେଷ୍ଟ ଗାଡି ଦେଖି ୨ ଜଣ କଇଁଛ ବ୍ଯବସାୟୀମାନେ ୨ଟି ମୋଟର ସାଇକେଲ ଛାଡି ଜଙ୍ଗଲକୁ ଧାଇଁ ପଳାଲେ । ଆସାମୀଙ୍କୁ ଧରିବାରେ ବନ କର୍ମଚାରୀମାନେ ବିଫଳ ହୋଇଥିବା ବେଳେ ଘଟଣା ସ୍ଥଳରୁ ୨ଟି ମୋଟର ସାଇକେଲ ନଂ:ଓଆର୩୦-୦୨୦୭ ଏବଂ ନଂ: ଓଏପି୧୫-୫୨୪୧କୁ ଜବତ କରିବା ସହ ୧୫୦ ଗୋଟି କଇଁଛକୁ ଉଦ୍ଧାର କରି ଆଣିଥିଲେ । ଏ ସଂପର୍କରେ କାଲିମେଳା ରେଞ୍ଜ କେଶ ନଂ:୩୮/୨୦୨୧ରେ ଏକ ମାମଲା ରୁଜୁ  କରାଯାଇ ତଦନ୍ତ ପ୍ରକ୍ରିୟା ଚାଲୁ ରହିଛି ।
(ରିପୋର୍ଟ ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.