ବନ୍ୟା ବିପନ୍ନଙ୍କ ପାଇଁ ଆସିଥିବା ରିଲିଫ ବାଟମାରଣା ଅଭିଯୋଗ,ପ୍ରତିବାଦରେ ଯାବରା ପଞ୍ଚାୟତ ସମ୍ମୁଖରେ ଶତାଧିକ ଗ୍ରାମବାସୀଙ୍କ ଧାରଣା ।

0 344

ଯାଜପୁର,ତା-୧୨/୧୦(ପିପିଟି); ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଯାବରା ପଞ୍ଚାୟତରେ ରିଲିଫ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ। ପ୍ରତିବାଦରେ ଆଜି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଗ୍ରାମବାସୀଙ୍କ ଧାରଣା। ଗତବନ୍ୟାରେ ରସୁଲପୁର ବ୍ଲକ ଯାବରା ପଞ୍ଚାୟତ ବିଶେଷ ଭାବରେ ପ୍ରଭାବିତ ହୋଇଥିଲା। ବନ୍ୟାରେ ପ୍ରଭାବିତ ହୋଇଥିବା ପରିବାରଙ୍କୁ ୫୦କେଜି ଚାଉଳ ଏବଂ ୫ଶହ ଟଙ୍କା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।ଇତିମଧ୍ୟରେ ବନ୍ୟାକୁ ମାସେରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ବିପନ୍ନଙ୍କ ନିକଟରେ ରିଲିଫ ସାମଗ୍ରୀ ପହଞ୍ଚି ପାରିନାହିଁ। ପଞ୍ଚାୟତର କିଛି ଲୋକଙ୍କ ନିକଟରେ ରିଲିଫ ସାମଗ୍ରୀ ପହଞ୍ଚିଥିବା ବେଳେ ଅଧିକାଂଶ କ୍ଷତିଗ୍ରସ୍ତ ଲୋକେ ରିଲିଫ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି। ଏନେଇ ସେମାନେ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ପ୍ରଶାସନ କୌଣସି ପଦକ୍ଷେପ ନନେବାରୁ ଆଜି ଶତାଧିକ ମହିଳା ଓ ପୁରୁଷ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଦାବି ପୂରଣ ନହେବା ଯାଏ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ଏପଟେ ତଦନ୍ତ କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ରସୁଲପୁର ବିଡ଼ିଓ ଉମାକାନ୍ତ ପରିଡା ସୂଚନା ଦେଇଛନ୍ତି।

Leave A Reply

Your email address will not be published.