ଭଞ୍ଜନଗର,୧୭/୦୭(ପିପିଟି): ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ଼ ଗ୍ରାମ ବଡ଼ନଦୀ ବନ୍ୟା ଜଳରେ ଆଜି ଦିନ ସାଢେ ଗୋଟାଏ ସମୟରେ ଗୋବିନ୍ଦ ପାଣ୍ଡବଙ୍କ ସାନ ପୁଅ ଗୋପାଳ ପାଣ୍ଡବ(୩୫) ଭାସି ଯାଇଥିବା ଜଣାପଡିଛି। ସୂଚନା ମୁତାବକ ଗୋପାଳ ଶୌଚ ହେବା ପାଇଁ ବଡ଼ନଦୀ ଗୌଡ଼ ସାହି ତୁଠକୁ ଯାଇଥିବା ବେଳେ ହାଠାତ୍ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ଏହାଦେଖି କିଛି ଲୋକ ଗୋପାଳକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ।ସଙ୍ଗେ ସଙ୍ଗେ ଭଞ୍ଜନଗର ଅଗ୍ନିଶମ ବାହିନୀ ଓ ପୋଲିସକୁ ସୂଚନା ଦିଆଯାଇଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ଗୋପାଳର କୌଣସି ଖୋଜ ଖବର ମିଳି ନଥିବା ଜଣାପଡ଼ିଛି।
(ରିପୋର୍ଟ-ଜୟକୃଷ୍ଣ ପଟ୍ଟନାୟକ ।)
Next Post