ବନ୍ୟା ଆଶଙ୍କାରେ ଡହ ଜଳଭଣ୍ଡାରର ୨ଟି ଗେଟ ଖୋଲିଲା ।

0 352

ଭଞ୍ଜନଗର,୦୨/୧୨(ପିପିଟି): ଆସନ୍ତା ଶନିବାର ବାତ୍ୟା “ଜୱାଦ ” ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ୪ଜିଲ୍ଲାକୁ ରେଡ ଓ ଅନ୍ୟ ୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣିଂ ଘୋଷଣା କରାଯାଇଛି । ବିଶେଷ କରି ଗଞ୍ଜାମ ଜିଲ୍ଲାରେ ଅଧିକ ବିପଦ ଥିବାରୁ ପ୍ରଶାସନ ତରଫରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ବିଭିନ୍ନ ନଦୀ ଓ ଜଳଭଣ୍ଡାର ର ଜଳସ୍ତର ଉପରେ ନଜର ରଖାଯାଇଛି । ସେହିପରି ଭଞ୍ଜନଗର ଜଳ ବିଭାଜନ ବିଭଗ ତରଫରୁ ନିକଟସ୍ଥ ଡହ ଜଳଭଣ୍ଡାରରେ ବୁଧବାର ସୁଦ୍ଧା ୯୮% ଜଳ ଗଛିତ ଥିବା ବେଳେ ବାତ୍ୟା ଜାୱାଦ ସମୟରେ ଅଧିକ ବୃଷ୍ଟିପାତ ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶାରେ ଗୁରୁବାର ଭୋର ସମୟରେ ୨ଟି ଗେଟ ଖୋଲାଯାଇଛି। ତଳ ମୁଣ୍ଡରେ ବ୍ୟାପକ କ୍ଷୟକ୍ଷତି ଏଡ଼େଇବା ସକାଶେ ସତର୍କତା ଅବଲମ୍ବନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଗେଟ ୨ଟିରେ ମୋଟ ୧୫ ସେଣ୍ଟିମିଟର ଖୋଲାଯାଇ ଥିବାବେଳେ ସେଥିରୁ ଘଣ୍ଟା ପ୍ରତି ୭୫ହେକ୍ଟୋମିଟର ଜଳ ନିଷ୍କାସନ ହେଉଥିବା ଜଣାଯାଇଛି । ଜଳସ୍ତର ୮୦%ହେବା ପର୍ଯ୍ୟନ୍ତ ଗେଟ ଗୁଡିକ ଖୋଲା ରହିବ ବୋଲି ଜଳ ସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ରଶ୍ମି ରଞ୍ଜନ ରଥ କହିଛନ୍ତି ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.