ବନ୍ୟଜନ୍ତୁ ପାଇଁ ବଛାଯାଇଥିବା ବିଦ୍ୟୁତ ତାରରେ ଲାଗି ୨ମହିଳା ଗୁରୁତର ।

0 9

ଭଞ୍ଜନଗର,୧୩/୦୩(ପିପିଟି); ସୋରଡ଼ା ବ୍ଲକ ଲାଠିପଡା ଗ୍ରାମର ସୁକୁମାରୀ ବେହେରା(୫୮),ଅରାଲୁ ମହାରଥା(୬୦) ଓ ଲଷ୍ମୀ ବେହେରା ତିନିହେଁ ମିଶି ନିକଟସ୍ଥ ଲାଠିପଡା ସେକ୍ସନର ଧଉ ପଲ୍ଲୀ ଜଙ୍ଗଲକୁ ଯାଇଥିବା ବେଳେ ସେଠାରେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସୁକୁମାରୀ ଖଣ୍ଡିଆ ଖାବରା ହୋଇ ଗୁରୁତର ଆହତ ହୋଇଥିଲେ ତାକୁ ରକ୍ଷା କରିବାକୁ ଯାଇ ଅରାଲୁ ମଧ୍ୟ ସୁକୁମାରୀ ସହ ତାରରେ ଲାଗି ଗୁରୁତର ହୋଇ ପଡ଼ିଥିଲେ।ପାଖରେ ଥିବା ଲଷ୍ମୀ ଏହା ଦେଖି ଗ୍ରାମକୁ ଦୌଡ଼ିଯାଇ ଏସମ୍ପର୍କରେ ଜଣାଇଥିଲା।କିଛି ଯୁବକ ଆସି ଉଭୟଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲକୁ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ। ହେଲେ ଦୁହିଁଙ୍କ ଶରୀରର ପ୍ରାୟ ୭୦ଭାଗ ଅଂଶ ପୋଡ଼ି ଯାଇଥିବାରୁ ସେମାନଙ୍କୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.