ମାଲକାନଗିରି,୨୪/୦୪(ପିପିଟି); ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାଶେଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ବନାଞ୍ଚଳ କର୍ମଚାରୀମାନଙ୍କ ଦ୍ବାରା ଆଜି ୯ ଗୋଟି ଶାଗୁଆନ ଗଣ୍ଡି ଏବଂ ୩୪ ଗୋଟି ଶାଗୁଆନ ପଟା ଜବତ କରାଯାଇଛି । ଏହା ବ୍ଯତିତ ସନ୍ଦିଗ୍ଧ ୨ ଜଣ ଆସାମୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରହିଥିବା କୁହାଯାଇଛି । ଘଟଣାରୁ ପ୍ରକାଶ ଯେ,ଆଜି ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ମାଲକାନଗିରି ବନାଞ୍ଚଳ ଅଧିରାରୀ ଜଗନ୍ନାଥ ପ୍ରସାଦ ବିଷୋୟୀଙ୍କ ନେତ୍ରୁତ୍ବରେ ବନକର୍ମଚାରୀମାନେ କମାଲିଗୁଡା ନିକଟସ୍ଥ ତମସା ନଦୀକୂଳରେ ଅଚାନର ଚଢାଉ କରି ୯ ଗୋଟି ଶାଗୁଆନ ଗଣ୍ଡି ଏବଂ ୩୪ ଗୋଟି ଶାଗୁଆନ ପଟା ଜବତ କରିଥିଲେ । ଏହାର ଆୟତନ ୬୦ ଘନଫୁଟ ହୋଇଥିବା ବେଳେ ଅନୁମାନିକ ବଜାର ମୂଲ୍ଯ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଶ୍ରୀ ବିଷୋୟୀ ଗଣ ମାଧ୍ଯମକୁ ଅବଗତ କରାଇଛନ୍ତି । ଘଟଣା ସ୍ଥଳରୁ ୨ ଜଣ ସନ୍ଦିଗ୍ଧ ବ୍ଯକ୍ତଙ୍କୁ ଅଟକ ରଖି ମୁଖ୍ଯ ଆସାମୀଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି । ଏ ସଂପର୍କରେ ଏକ ମାମଲା ରୁଜୁ କରାଯାଇଛି । ଗତ ୧୫ ଦିନ ତଳେ ତମସା ନଦୀ ତଟରୁ ଦୁଇଟି ଟ୍ରାକ୍ଟର ବୋଝେଇ କାଠ ଜବତ କରାଯାଇ ୪ ଜଣ ଆସାମୀଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଏହି ଚଢାଉରେ ବନପାଳ ମୋହନ ଗୁଡିଆ,ଦିବାକର ଜେନା, ମୂରଲୀଧର ଅନଗୁଳିଆ,ରାଜେଶ ସେଠୀ,ସମସ୍ତ ବନରକ୍ଷୀ ଏବଂ ସୁରକ୍ଷା ସ୍କ୍ବାର୍ଡ ଅଂଶଗ୍ରହଣ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Next Post