ବଢୁଛି ତାତି ୧୫୦ ପରିବାର ଜଳ ପାଇଁ ହେଉଛନ୍ତି ହନ୍ତସନ୍ତ ।

0 276

ବୋଲଗଡ଼,୧୭/୦୩( ପିପିଟି): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢିବାକୁ ଲାଗିଛି। ଖୋର୍ଦ୍ଧା ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ପାନୀୟ ଜଳ ସଂଙ୍କଟ ବଢିବାରେ ଲାଗିଛି। ସେହିପରି ବୋଲଗଡ଼ ବ୍ଲକ ଅନ୍ତର୍ଗତ ବାଙ୍କୋଇ ପଞ୍ଚାୟତ ର ଗର୍ଭଣିପଡା ଗ୍ରାମରେ ବର୍ଷ ବର୍ଷ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଛି। ସେଠାରେ ୧୫୦ ପରିବାର ପାଇଁ ଗୋଟିଏ ମାତ୍ର ନଳକୂପ ରହିଛି ସେହି ନଳକୂପ ଟିରେ ଶହେପଚାଶ ଟି ପରିବାର ନିର୍ଭର କରୁଥିବା ର ଜଣା ପଡ଼ିଛି ସେ ପୁଣି ଖାର ମିଶ୍ରିତ ବୋଲି ମହିଳା ମାନେ ପରିପ୍ରକାଶ କରିଛନ୍ତି। ସେହି ନଳକୂପଟି ରୁ ଦଶରୁ ପନ୍ଦର ଘର ପାଣି ନେଲାପରେ ପାଣି ପର୍ଯ୍ୟାପ୍ତ ପରିମାଣରେ ବାହାରୁ ନାହିଁ,ତେଣୁ ଏପରିକି ଏକକିଲମିଟର ଦୁରରୁ ଝରକୁ଼ହରୁ ପାଣି ଆଣି ବ୍ୟବହାର କରୁଛନ୍ତି। ପଞ୍ଚାୟତ ତରଫରୁ ଟ୍ୟାଙ୍କର ମଧ୍ୟ ସୁବିଧା ନାହିଁ ବୋଲି ଗ୍ରାମବାସୀ ମାନେ କ଼ହିଛନ୍ତି। ତତ୍ ସହିତ ନିଜ ଗ୍ରାମ ରେ ସୌଚ,ସ୍ନାନ କରିବା ପାଇଁ ପୋଖରୀ ଟିଏ ଥିଲେ ମଧ୍ୟସ୍ୱଳ୍ପ ଓ ଅପରିଷ୍କାର ପାଣି ଥିବାରୁ ଯାହା କି ପାଖ ଗ୍ରାମର ପୋଖରୀ ଉପରେ ନିର୍ଭର କରି ଥାନ୍ତି। ଦୀର୍ଘବର୍ଷ ଧରି ସ୍ଥାନୀୟ ପ୍ରଶାସନ ଓ ଜଳଯୋଗାଣ ବିଭାଗୀୟ ଅଧିକାରୀମାନଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ଫଳ ପ୍ରଦ ହୋଇନାହିଁ। ଦେଖାଯାଉ ସ୍ଥାନୀୟ ପ୍ରଶାସନ ଓ ଜଳଯୋଗାଣ ବିଭାଗୀୟ ଅଧିକାରୀ ମାନଙ୍କର କେବେ ନିଦ୍ରାଭାଙ୍ଗୁଛି । ତାହାଦେଖିବାକୁ ବାକି ରହିଲା । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଡିଣ୍ଡିମା ପିଟୁଛନ୍ତି ଜଳର ବିକାଶ ହେଇଛି ବୋଲି ଏହା କଣ ବିକାଶ ନା ପରିହାସ ?

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.